Advertisment

‘ଅଣଓଡ଼ିଆ ଶାସନକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଦେଖାଉଛନ୍ତି ଭାଷାପ୍ରୀତି’

ସ୍କୁଲରେ ଓଡ଼ିଆ ପଢ଼ାଇବାକୁ କେଉଁଠି ଜଣେ ତ କେଉଁଠି ଶିକ୍ଷକ ଶୂନ । କିଛି ସ୍ଥାନରେ ବିନା ଓଡ଼ିଆ ଶିକ୍ଷକରେ ମାଟ୍ରିକ୍ ପରୀକ୍ଷା ଦେବେ ପିଲା ।

author-image
Satyendu Shekher Mishra
undefined

Biswa Odia Bhasa Sammilani

ଭୁବନେଶ୍ୱରରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ପ୍ରଚାର ପ୍ରସାର ବି ଜୋର୍ । ଖର୍ଚ୍ଚ ୧୦୦ କୋଟି ଟଙ୍କା । ହେଲେ ସ୍କୁଲରେ ଓଡିଆ ପଢାଇବାକୁ ଶିକ୍ଷକ ନାହାନ୍ତି । କଲେଜରେ ବି ଅଭାବ ଓଡିଆ ଅଧ୍ୟାପକ । ନବରଙ୍ଗପୁର ଝରିଗାଁ ବ୍ଲକ୍ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବାସ୍ତବରେ ସରକାରଙ୍କର ଭାଷାପ୍ରୀତି କେତେ ତାକୁ ପରଖିବାକୁ ଚେଷ୍ଟା କଲା ଆମ ଟିମ୍ । 

Advertisment

ଆଉ ଏଠାରେ ପହଞ୍ଚି ଆମେ ଜାଣିବାକୁ ପାଇଲୁ ପ୍ରଥମରୁ ଦଶମ ଯାଏଁ ଥିବା ଏ ସ୍କୁଲରେ ଓଡିଆ ପଢାଇବାକୁ ଜଣେ ବି ଶିକ୍ଷକ ନାହାନ୍ତି। ବିନା ଓଡ଼ିଆ ଶିକ୍ଷକରେ ଏଠି ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ। ସେହିପରି ଗଞ୍ଜାମ ଖଲ୍ଲିକୋଟ ଶ୍ରୀମର୍ଦ୍ଦରାଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି। ଏଠି ଓଡିଆ ଶିକ୍ଷକ ନଥିବାରୁ ଟିଜିଟି ଶିକ୍ଷକମାନେ ସାହିତ୍ୟ ପଢାଉଛନ୍ତି। କିନ୍ତୁ ସ୍ୱତନ୍ତ୍ର ସାହିତ୍ୟ ଶିକ୍ଷକ ନିଯୁକ୍ତ ହେଲେ ଛାତ୍ରଛାତ୍ରୀଙ୍କୁ ଫାଇଦା ହେବ ବୋଲି କହିଛନ୍ତି ।

ଖାଲି ପ୍ରାଥମିକ ନୁହେଁ ଉଚ୍ଚ ଶିକ୍ଷାରେ ମଧ୍ୟ ସମାନ ସ୍ଥିତି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଜଳେଶ୍ୱର ସୁରେନ୍ଦ୍ରନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଓଡିଆ ବିଭାଗ ମାତ୍ର ଜଣେ ହିଁ ଅଧ୍ୟାପକଙ୍କୁ ନେଇ ଚାଲିଛି।

Advertisment

ତଥ୍ୟ କହୁଛି, ରାଜ୍ୟରେ ପାଖାପାଖି ୮ହଜାର ୮୯ ହାଇସ୍କୁଲରେ ୧୦ ହଜାର ଶିକ୍ଷକ ପଦବି ଖାଲି ରହିଛି। ସେହିପରି ଆଶ୍ଚର୍ଯ୍ୟର ବିଷୟ ହେଲା, ରାଜ୍ୟର ଦୁଇ ପ୍ରମୁଖ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଓଡିଆ ବିଭାଗ ନାହିଁ ନାହିଁରେ ଚାଲିଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୭ ଜଣ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପଦବୀ ଥିଲେ ମଧ୍ୟ କେହି ଜଣେ ବି ନାହାନ୍ତି। ପ୍ରମୁଖ ବିଶ୍ୱ ବିଦ୍ୟାଳୟ ରେଭେନ୍ସାରେ ଜଣେ ପ୍ରଫେସର ଆଉ ୨ ଆସୋସିଏଟ ପ୍ରଫେସର ପଦବୀ ଖାଲି ରହିଛି।

ଏପଟେ କିନ୍ତୁ ପରିକ୍ରମା ପ୍ରକଳ୍ପ ପରି ଭାଷା ସମ୍ମିଳନୀକୁ ନେଇ ପ୍ରଚାର ପ୍ରସାରରେ ଲାଗିଛନ୍ତି ସରକାର। ଗାଁ ଗାଁ ରେ କାର୍ଯ୍ୟକ୍ରମ, ସ୍କୁଲ୍ କଲେଜରେ ପ୍ରତିଯୋଗିତା। ଏଥିପାଇଁ ପ୍ରତି ପଞ୍ଚାୟତକୁ ୨୦ ହଜାର ଟଙ୍କା ଓ ବ୍ଲକ୍ ସ୍ତରରେ ୫୦ ହଜାର ଟଙ୍କା ଖର୍ଚ୍ଚ ପାଇଁ ଦିଆଯାଇଛି। ସେହିପରି ଏଥିପାଇଁ ଏସ୍ଏଚ୍ଜି ବ୍ଲକ୍ ଫେଡେରେସନ୍କୁ ୨୦ ହଜାର ଟଙ୍କା ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଶିକ୍ଷାନୁଷ୍ଠାନରେ ଭାଷା ସାହିତ୍ୟ ବିଷୟ ପଛେ ଚୁଲିକି ଯାଉ, ଓଡିଶାରେ ଅଣଓଡିଆ ଶାସନକୁ ବିରୋଧୀ ମୁଖ୍ୟ ମୁଦ୍ଦା କରିଥିବାରୁ ତାକୁ କାଉଣ୍ଟର କରିବାକୁ ସରକାର ଭାଷା ସମ୍ମିଳନୀର ଆୟୋଜନ କରିଥିବା କୁହାଯାଉଛି।

Advertisment
Advertisment