/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698730215.jpg)
search operation to capture
ଦିନକୁ ଦିନ ଶିମିଳିପାଳରେ ବଢ଼ି ଚାଲିଛି ଶିକାର । ଯେତେ ସଚେତନ କଲେ ମଧ୍ୟ ଥମିବାର ନାଁ ନେଉ ନାହାଁନ୍ତି ଶିକାରୀ । ଏଣୁ ଶିକାର ରୋକିବାକୁ ଶିମିଳିପାଳ ଅଭୟାରଣ୍ୟରେ ୨ୟ ପର୍ଯ୍ୟାୟରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତେବେ ଶିମିଳିପାଳରେ ପୋଲିସ ଓ ବନବିଭାଗକୁ ବଡ଼ ସଫଳତା ମିଳିଛି ।
ଅପରେସନ ଦ୍ବାରା ବିଭିନ୍ନ ଅଞ୍ଚଳରୁ ୭୦ରୁ ଅଧିକ ବନ୍ଧୁକ ଜବତ ହୋଇଛି । ବନ୍ଧୁକ ଜବତ ନେଇ ସୂଚନା ଦେଇଛି ବନ ବିଭାଗ । ତେବେ ଏହି ସର୍ଚ୍ଚ ଅପରେସନ ଉଭୟ ବନ ବିଭାଗ ଓ ପୋଲିସର ମିଳିତ ଟିମ୍ ଦ୍ବାରା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୫୬ ଦେଶୀ ବନ୍ଧୁକ ଜବତ ହୋଇଥିଲା । ପରେ ୨ୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ବେଳେ ମିଳିଛି ୭୧ଟି ବନ୍ଧୁକ । ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୋଲିସ ସର୍ଚ୍ଚ ଅପରେସନ କରି ବନ୍ଧୁକ ଜବତ କରିଛି ।
ଶିମିଳିପାଳରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ସହିଦ ହୋଇଥିଲେ । ଏହାକୁ ନେଇ ଶିମିଳିପାଳ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ଚଳାଇ ପ୍ରଥମ ପର୍ଯ୍ୟାୟରେ ୧୬୫ ଦେଶୀ ବନ୍ଧୁକ ଜବତ ସହ ୨୬ ଶିକାରୀଙ୍କୁ ଗିରଫ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)