Advertisment

କ୍ୟାପିଟାଲ ହସ୍ପିଟାଲ ନା ଅଳିଆ ଗଦା ! ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ...

ନୂଆ ଟେଣ୍ଡର ନୀତି ବିରୋଧରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ । ମେଡ଼ିକାଲ ନିର୍ଦ୍ଦେଶକ କହିଲେ, ଆଲୋଚନା ହୋଇଛି ।

author-image
Satyendu Shekher Mishra
undefined

Capital Hospital

ଯେଉଁଠି ସ୍ୱାସ୍ଥ୍ୟସେବା ମିଳେ, ସେଇଠି ଅସ୍ୱାସ୍ଥ୍ୟକର ପରିବେଶ । ଯେଉଁଠି ରୋଗଦୁଃଖର ଉପଚାର ହୁଏ, ସେଇଠି ଫାଟି ପଡୁଛି ଦୁର୍ଗନ୍ଧ । ଫିଙ୍ଗାଯାଇଛି ଅଇଁଠା ଖଲିପତ୍ର । ଏଣେତେଣେ ପଡ଼ିରହିଛି ପଚାସଢ଼ା ସାମଗ୍ରୀ । ପାଣି ପିଇସାରି ଫିଙ୍ଗାଯାଇଛି ପଇଡ଼ । ଅଳିଆ ଉଠା ଟ୍ରଲିର ଆବର୍ଜନା ବାହାରି ବିକ୍ଷିପ୍ତ ହୋଇରହିଛି ଚାରିଆଡ଼େ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସରେ ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ ଆବର୍ଜନାର ପାହାଡ଼ ।

Advertisment

ଆଜିକୁ ୨ ଦିନ ହେଲା ପୂତିଗନ୍ଧମୟ ପରିବେଶ ଦେଖାଦେଇଛି ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ୬ ନମ୍ବର ମେଡ଼ିକାଲରେ। ଆଶୁ ଚିକିତ୍ସାଠୁ ଆରମ୍ଭ କରି ଆଉଟଡୋର୍, ସାଧାରଣ ପୁରୁଷ ୱାର୍ଡ ଆଦି ବହୁ ବିଭାଗ ପରିସରରେ ଅଳିଆ ଆବର୍ଜନ ପଡ଼ିରହିଥିବାରୁ ନାକେଦମ୍ ହୋଇଛନ୍ତି ରୋଗୀ ଓ ସଂପର୍କୀୟ। ତାସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଭଳି ଅଭାବନୀୟ ସ୍ଥିତିର କାରଣ ସାଜିଛନ୍ତି ମେଡ଼ିକାଲରେ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତ ସଫେଇ କର୍ମଚାରୀ । ନୂଆ ଟେଣ୍ଡର ନୀତିକୁ ବିରୋଧ କରି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଅଭିଯୋଗ, ପୂର୍ବରୁ ESI, EPF ସୁବିଧା ସହିତ ଦୈନିକ ଯେଉଁ ୩୮୫ ଟଙ୍କା ସହ ପୂଜା ଆସିଲେ ବୋନସ୍ ମିଳୁଥିଲା ନୂଆ ସଂସ୍ଥା ଆସିଲେ ସେତିକି ପ୍ରାପ୍ୟ ଆଉ ମିଳିବନି। ଯଦି ଏହାକୁ କିଏ ପ୍ରତିବାଦ କରିବେ, ତେବେ ତାଙ୍କୁ ବାହାରେ ଫୋପାଡ଼ିବାକୁ ବି ଧମକ ଦିଆଯାଉଛି।

Advertisment

ତେଣୁ ପୁରୁଣା ସଂସ୍ଥା ଛାଡ଼ି ସେମାନେ କୁଆଡ଼େ ଯିବେନି ବୋଲି କହିବା ସହ ସଂଧ୍ୟା ସୁଦ୍ଧା ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଥିଲେ ଏବଂ ସାମୟିକ ଭାବେ ଆନ୍ଦୋଳନରୁ ଓହରିଥିଲେ। ତେବେ ଆନ୍ଦୋଳନକାରୀ ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଚାକିରୀ ସର୍ତ୍ତାବଳୀ, ଦରମା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଯେଉଁ ଅସଙ୍ଗତି ଥିଲା, ତାହା ଆଲୋଚନା କରାଯାଇଛି।

ଠିକା ଓ ଘରୋଇ ସଂସ୍ଥା ଉପରେ ଏଭଳି ନିର୍ଭର କରି ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି ଦେଉଥିବା ରାଜ୍ୟ ସରକାର କ୍ୟାପିଟାଲ୍ ହସ୍ପିଟାଲର ଦୁର୍ଦ୍ଦଶାକୁ କେବେ ସୁଧାରିବେ, ତାକୁ ଏବେ ଅପେକ୍ଷା।

Capital Hospital
Advertisment
Advertisment