• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ପାୱାରକଟ କହିବା ଗଣମାଧ୍ୟମର ଭୁଲ । ଯାନ୍ତ୍ରିକ ତ୍ରୁଟି ପାଇଁ ଯାଉଛି ବିଜୁଳି । ରାଜ୍ୟରେ ହେଉନି ପାୱାର କଟ୍ । ଏଭଳି କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ।  

ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା କହୁଛି । ବର୍ଷା ନାହିଁ କି ଝଡ଼ ନାହିଁ, ହେଲେ ପୂରା ରାତି ଗାଏବ, ବିଜୁଳି । ଏଭଳି ପରିସ୍ଥିତି, ବେଶି ଉପାନ୍ତ ନୁହଁ ଶକ୍ତିମନ୍ତ୍ରୀ ଦଳୀୟ ପର୍ଯ୍ୟବେକ୍ଷକ ଥିବା ବାଲେଶ୍ୱର ଜିଲ୍ଲା ସୋରରେ ଦେଖିବାକୁ ମିଳିଛି । ଗତ ରାତି ତମାମ ବିଜୁଳି ବିନା କେମିତି କଟିଛି ସମୟ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କିଏ ମହମବତୀ ଜାଳି ବସିକି ବିଜୁଳିକୁ ଅପେକ୍ଷା କରିଛି ତ କିଏ ବିଞ୍ଚି ବିଞ୍ଚି କାଟିଛି ରାତି । କେବଳ ଗତ ରାତି ନୁହେଁ ଏମିତି ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ପାୱାର କଟ୍ । କେବଳ ସୋର ନୁହେଁ ବାଲେଶ୍ୱରର ପ୍ରାୟ ସବୁ ଅଞ୍ଚଳରେ ଏମିତି ସ୍ଥିତି ଯେଉଁଥିପାଇଁ ଆଜି ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସରେ ପ୍ରତିବାଦ ଜଣାଇଥିଲେ ଗ୍ରାହକ ।

ଠିକ୍‌ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । ପ୍ରତିଦିନ ୩ ଘଣ୍ଟାରୁ ଅଧିକ ସମୟ ଧରି ଏଠି ଉଭାନ ହେଇ ଯାଉଛି ବିଜୁଳି। ଯେତିକି ସମୟ ରହୁଛି ସେ ବି ଲୋ ଭୋଲଟେଜ୍ । ବଡ କଥା ହେଲା ଏଠି ବିଜୁଳି କାଟ ପୂର୍ବରୁ ବିଭାଗ ପକ୍ଷରୁ ନା କିଛି ଜଣାଯାଉଛି ନା ଫୋନ କରି ଜଣାଇଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

ଏଠି ପ୍ରଶ୍ନ ଗ୍ରାଉଣ୍ଡର ସ୍ଥିତି ସତ ନା ମନ୍ତ୍ରୀଙ୍କ ଯୁକ୍ତି ? ଗ୍ରାଉଣ୍ଡ ଜିରୋର ସତକୁ କାହିଁକି ମାନିବାକୁ ନାରାଜ ମନ୍ତ୍ରୀ । ବିଦ୍ୟୁତ ବିତରଣ କଂପାନୀ ଟାଟା ପାୱାରକୁ ବଞ୍ଚାଇବାକୁ ଏମିତି କହୁଛନ୍ତି କି ମନ୍ତ୍ରୀ ? ତେବେ ପାୱାର କଟକୁ ମାନିନଥିଲେ ବି ପରୋକ୍ଷରେ ୨ରୁ ୩ ଘଣ୍ଟା ବିଜୁଳି କାଟ କଥାକୁ ସ୍ୱୀକାର କରିଛନ୍ତି ଶକ୍ତି ମନ୍ତ୍ରୀ । କହିଛନ୍ତି ଯେଉଁଠି ୨ରୁ ୪ ଘଣ୍ଟା ଲାଇନ ରହୁନି ସେଠି ଯାନ୍ତ୍ରିକ ତ୍ରୁଟି ଥିବ । କାଳବୈଶାଖୀ, ଓଭର ଲୋଡିଂ କିମ୍ଭା ଟ୍ରାନ୍ସଫର୍ମର ପୋଡିଯିବାରୁ ଏମିତି ସମସ୍ୟା ହେଉଥିବ ।

ଏଠି ପ୍ରଶ୍ନ ଯଦି ବି ଯାନ୍ତ୍ରିକ ତ୍ରୁଟି ପାଇଁ ଘଣ୍ଟା ଘଣ୍ଟା ବିଜୁଳି କଟୁଛି ତାହେଲେ ତାହା କଣ ବିଦ୍ୟୁତ ବିତରଣ କଂପାନୀ ଏବଂ ବିଭାଗର ତ୍ରୁଟି ନୁହେଁ କି ।

 

  • Reported by:
  • HARIHARA CHAND , Manas Pani , Niranjan Behera