/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684913112.jpg)
Stray Dog Attack
ମାତିଛନ୍ତି ପାଗଳ କୁକୁର, ଯାହାକୁ ଦେଖୁଛନ୍ତି ଗୋଡାଇ ଗୋଡାଇ କାମୁଡୁଛନ୍ତି । କିଛି ଦିନ ହେଲା ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଏକାଧିକ ପାଗଳ କୁକୁର ଏଯାଏଁ କଣାସ ଅଂଚଳର ୧୮ ଜଣଙ୍କୁ କାମୁଡି ଲହୁ ଲୁହାଣ କରିଦେଲେଣି । ଆହତଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ କିଛି ଲୋକଙ୍କୁ ପୁରୀ ବଡ ମେଡିକାଲକୁ ପଠାଯାଇଛି। କଣାସ ଚୁପୁରିଙ୍ଗୀ ଅଂଚଳରେ ମାତିଥିବା ପାଗଳ କୁକୁରଙ୍କ ପାଇଁ ଲୋକେ ଏବେ ଘରୁ ବାହାରିବାକୁ ଡରୁଛନ୍ତି ।
ସୂଚନାନୁଯାୟୀ ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାଗଳ କୁକକୁର ଆତଙ୍କ ଯୋଗୁ କିଛି ଦିନ ହେବ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ । କେହି କେହି ଘରୁ ବାହାରକୁ ଯିବାକୁ ଡରୁଥିଲେ । ଗତକାଲି ଏକ ପାଗଳ କୁକୁରଟିକୁ କାବୁ କରାଯିବା ପରେ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଲୋକେମାନେ ବଜାର ହାଟକୁ ଶାନ୍ତିରେ ଯିବା ଆସିବା କରିପାରୁଛନ୍ତି । ପାଗଳ କୁକୁରଟି ଯାହାକୁ ଦେଖୁଥିଲା, ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା।
କଣାସ ଡାକ୍ତରଖାନାର ଡାକ୍ତର ଦିପେଶ କୁମାର ରଂଣସିଂ କହିଛନ୍ତି, ଯେଉଁ ଲୋକମାନଙ୍କର ଏକାଧିକ ଜାଗାକୁ କୁକୁର କାମୁଡ଼ିଛି ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କାରଣ ସେମାନଙ୍କୁ ଏମିନୋଗ୍ଲୋବିନ ଇଞ୍ଜେସନ ଦିଆଯିବ । ଯାହା କଣାସ ଡାକ୍ତରଖାନାରେ ଉପଲବ୍ଧ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)