• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ । ଗତ ସେପ୍ଟେମ୍ବରରେ ରେକର୍ଡ ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳର ଦରରେ ବର୍ତ୍ତମାନ ହ୍ରାସ ଘଟିଛି । ଏ ପ୍ରସଙ୍ଗରେ ତୈଳଦର ହ୍ରାସ କରିବାକୁ ଓପେକ ପକ୍ଷରୁ ବୈଠକ ବସିବ ବୋଲି ଜଣା ପଡ଼ିଛି ।

ତେବେ ଏହି ବୈଠକ ଆସନ୍ତା ସପ୍ତାହରେ ହୋଇପାରେ ବୋଲି ସୂଚନା ରହିଛି । ଫଳରେ ଓପେକ ରାଷ୍ଟ୍ର ସମୂହ ତୈଳ ଯୋଗାଣରେ ହ୍ରାସ ଘଟାଇବା ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଛି । ଫଳ ସ୍ୱରୂପ ଗତକାଲି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧.୫ ପ୍ରତିଶତ ହ୍ରାସ ଘଚିଛି । ଏହା ସତ୍ତ୍ୱେ ଦେଶରେ ତୈଳ ଦର କମୁନାହିଁ ।

ଗତକାଲି କାରବାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୮୦.୭୨ ଡଲାରକୁ ଖସି ଆସିଛି । ସାଉଦି ଆରବ ଗତ ୧୨ ବର୍ଷ ଧରି ପର୍ଯ୍ୟାୟ କ୍ରମେ ତୈଳ ଯୋଗାଣରେ ହ୍ରାସ ଘଟାଇ ଚାଲିଛି । ଏହା ହିଁ ପୁଞ୍ଜି ବଜାରର ନିବେଶକଙ୍କୁ ଆଶଙ୍କିତ କରିଛି । ଏଭଳି ପରିସ୍ଥିତିରେ ଖାଉଟି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ ଆଶା କରୁଛନ୍ତି । କାରଣ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।