/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672057145.jpg)
Water Scarcity
ପାଣି ପାଇଁ ରାଜପଥ ଅବରୋଧ । ଗରା ବାଲିଟି ଧରି ରାସ୍ତା ଅବରୋଧ କଲେ ଗାଁ ଲୋକେ । ଯାତାୟାତ ବାଧାପ୍ରାପ୍ତ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପାଟପୁର ଗାଁରେ ପାନୀୟ ଜଳ ଯୋଗାଇବା ଦାବିରେ ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ବରମ୍ବାର ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନକୁ ଦାବି କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଆଜି ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ଗରାବାଲଟି ଧରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।
ସେପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମଲ୍ଲିକ ସାହି ଓ ହନୁମାନପଡ଼ାର ଶତାଧିକ ବାସିନ୍ଦା ଗାଁରେ ପାନୀୟ ଜଳ ଯୋଗାଣ ଦାବିରେ ପରଜଙ୍ଗ ଥାନା ପାଖ ହନୁମାନ ମନ୍ଦିର ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପରଜଙ୍ଗ ବ୍ଲକ ସମେତ ସମସ୍ତ ସରକାରୀ ଅଫିସ ,ସ୍କୁଲ ଓ କଲେଜକୁ ଯିବାପାଇଁ ଯାତାୟାତ ଠପ ହୋଇଯାଇଛି ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର ନକଲେ ପରିସ୍ଥିତି ଭୟଙ୍କର ହେବା ନେଇ ଚେତାବନୀର ଦେଇଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)