• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆପେ ଆପେ ନିଆଁ ଜଳୁଛି । ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି । କୌଣସି ଜ୍ୱଳନ ଦ୍ରବ୍ୟ ନଥିବା ବେଳେ ହଠାତ ନିଆଁ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ବିଜ୍ଞାନ ଯୁଗରେ ଏହା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଘଟଣାଟି ସତ । ଏମିତି ଏକ ଘଟଣା ଘଟିଛି ନୂଆପଡା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମ ପଞ୍ଚାୟତର ଭିମାଖୋଲ ଗାଁରେ । ଏହି ଗାଁର ହଳଧର ଛତ୍ରିଆଙ୍କ ଘରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି କାରଣ ନଥାଇ ହଠାତ ନିଆଁ ଲାଗିଯାଉଛି । ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ନିଆଁ ଲାଗିଯାଉଛି । ଏନେଇ ପରିବାର ଲୋକେ ଭୟଭୀତ ହେବା ସହ ଅନ୍ୟ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ଭୟଙ୍କର ଅଗ୍ନିକାଣ୍ଡ ! ୧୪ ମୃତ, ୧୨ ଗୁରୁତର, ମୃତକଙ୍କ ମଧ୍ୟରେ ୧୦ ମହିଳା...

ଗତ ରବିବାର ଦିନ ସନ୍ଧ୍ୟା ଛଅରେ ହଳଧରଙ୍କ ଦାଣ୍ଡ ଦ୍ୱାରରେ ଥିବା ମଣ୍ଡପର ଗୋଟିଏ ପାର୍ଶ୍ୱରେ ହଠାତ ନିଆଁ ଲାଗିଥିଲା । ପରିବାର ଲୋକେ ନିଆଁ ଲିଭାଇଦେଲେ । ହେଲେ ସକାଳୁ ଉଠିଲା ପରେ ସେହି ମଣ୍ଡପର ଅନ୍ୟ ଏକ ପାର୍ଶ୍ୱରେ ପୁଣି ନିଆଁ ଲାଗିଗଲା । ତାକୁ ଲିଭାଇଲା ପରେ ପରେ ବାଡ଼ିପଟେ ଥିବା କିଛି ପାଳରେ ନିଆଁ ଲାଗିଲା, ତାକୁ ଲିଭାଇଲା ପରେ ପାଖରେ ଥିବା କୁଟା ଗଦାରେ ନିଆଁ ଲାଗିଲା । ଏପରି ଭାବରେ ପର୍ଯ୍ୟାୟ କ୍ରମେ ଘରର ସବୁ କପଡ଼ାରେ ନିଆଁ ଲାଗିଲା। ଏପରିକି ଆଲମିରା ଭିତରେ ନିଆଁ ଲାଗି ଆସବାବପତ୍ର ସହ କୋଡିଏ ହଜାର ଟଙ୍କା ପୋଡି ଯାଇଥିବା ପରିବାର ଲୋକେ କହିଛନ୍ତି । ଏପରି ଭାବରେ କୋଡିଏ ଥରରୁ ଅନେକ ଥର ନିଆଁ ଲାଗି ସାରିଛି । ଏହା ଏକ ଅଲୌକିକ ଘଟଣା ଅଥବା କୌଣସି ବୈଜ୍ଞାନିକ କାରଣ ପାଇଁ ହେଉଛି ତାହା ଅନୁସନ୍ଧାନ ସାପେକ୍ଷ ।

ହଳଧରଙ୍କ ଘରେ ନିଆଁ ଲାଗିବା ପଛର କାରଣ କିଛି ଜଣା ପଡ଼ିନାହିଁ । ଗତକାଲି ମଧ୍ୟ ଛଅ ଥର ଜଳିଛି । ପରିବାର ଲୋକେ ଭୟ ପାଇ ପୂଜାର୍ଚ୍ଚନା କରିବା ଆରମ୍ଭ କରିଛନ୍ତି । ଘର ପାଖରେ ଲୋକଙ୍କ ଭିଡ଼ ଲାଗିରହିଛି ।ଅ ନ୍ୟ ଗ୍ରାମର ଲୋକେ ମଧ୍ୟ ଏହି ଘଟଣା ଦେଖିବାକୁ ଆସି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଏନେଇ ଖଡ଼ିଆଳ ସ୍ୱୟଂ ଶାସିତ କଲେଜର ଅଧ୍ୟକ୍ଷ ତଥା ରସାୟନ ବିଭାଗ ଅଧ୍ୟାପକ ତରୁଣ ପ୍ରଧାନଙ୍କୁ ପଚାରିବାରୁ କୌଣସି ରାସାୟନିକ ପ୍ରକ୍ରିୟାରୁ ଏସବୁ ଘଟୁଥିବା ସନ୍ଦେହ କରିଛନ୍ତି ଓ କିଛି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ପଠାଇ ଅନୁସନ୍ଧାନ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସବୁକିଛି ଜଳି ଯାଇଥିବାରୁ ଏହି ପରିବାର ନିଃସହାୟ ହୋଇ ପଡିଛନ୍ତି, ତାଙ୍କୁ ସରକାରୀ ସହଯୋଗ ଜରୁରୀ ହୋଇପଡ଼ିଛି ।