• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ସକାଳ ୧୦ଟା ୩୦ରୁ ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମ। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଓଟିଭିର ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ପ୍ରତିଥର ପରି ଏଥର ମଧ୍ୟ ଏଠାରେ, ରାଜ୍ୟ ଓ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚାଲିବ ଦିବସ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା। ନିଜ ମତ ରଖିବେ ପ୍ରସଙ୍ଗ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ। ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ।

ଆଜିର ଏହି କାର୍ଯ୍ୟକ୍ରମରେ ୫ଟି ସେସନ୍‌ ରହିଛି। ପ୍ରଥମେ ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିବେ। ଏହାପରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀରୁ ଅନ୍‌ଲାଇନ୍‌ ଯୋଗେ ଯୋଡ଼ିହେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ।

ପ୍ରଥମ ଅଧିବେଶନ

ଓଟିଭି ଫୋରସାଇଟ୍ ୨୦୨୩ର ପ୍ରଥମ ଅଧିବେଶରେ ଆଲୋଚନା ହେବ ଏକ ବ୍ୟାବସାୟିକ ପ୍ରସଙ୍ଗ ଉପରେ। ବିଷୟ ରହିଛି- When can the organized sector wetness more representation from women work force. ଏ ସଂପର୍କରେ ନିଜର ମତ ରଖିବେ Mann Deshi Malila Bank and Mann Deshi Foundationର ପ୍ରତିଷ୍ଠାତା ଅଧ୍ୟକ୍ଷା ଚେତନା ସିହ୍ନା।

ଏହା ପରର ବିଷୟ ରହିଛି- How Pharma Companies Are Curtailing The Growth Of Fake Drugs. ଏ ସଂପର୍କରେ ଆଲୋକପାତ କରିବେ, Zuventus Health Care Ltdର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ଗୁହା। ଆଲୋଚନା ପରେ ଉପସ୍ଥିତ ଦର୍ଶକ ଅତିଥିଙ୍କୁ ତାଙ୍କର ପ୍ରଶ୍ନ ପଚାରି ପାରିବେ।

ଏହାପରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ Vision for India in the Realm of Alternate Energy and EVs ପ୍ରସଙ୍ଗ ଉପରେ ଲାଇଭ୍ ଭିଡିଓ ମାଧ୍ୟମରେ ନିଜର ମତ ପ୍ରଦାନ କରିବେ। ଏହି ଅଧିବେଶନର ମଡରେଟର୍ ରହିବେ ଓଟିଭିର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର।

ଦ୍ୱିତୀୟ ଅଧିବେଶନ

ଓଟିଭି ଫୋରସାଇଟ ୨୦୨୩ର ଦ୍ୱିତୀୟ ଅଧିବେଶନର ଆଲୋଚନା ପ୍ରସଙ୍ଗ ରହିଛି- ‘ଆଜିର ଓଡ଼ିଆ, ଗତାନୁଗତିକ ଧାରାଠାରୁ କେତେ ଅଲଗା?’। ଏ ସଂପର୍କରେ ହେବାକୁ ଥିବା ପ୍ୟାନେଲ ଆଲୋଚନାରେ ଅତିଥି ଭାବେ ଯୋଗଦେବେ ନିଜର ମତ ରଖିବେ ଲେଖିକା ଓ ପ୍ରଶାସିକା ପାରମିତା ଶତପଥୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଲେଖକ ଅସିତ ମହାନ୍ତି। ଏହି ଅଧିବେଶନର ମଡରେଟର ରହିବେ ବିଶିଷ୍ଟ ଲେଖକ ବିଜୟ ମଲ୍ଲ। ଆଲୋଚନା ଶେଷରେ ଉପସ୍ଥିତ ଦର୍ଶକ ଅତିଥିମାନଙ୍କୁ ନିଜ ପ୍ରଶ୍ନ ପଚାରି ପାରିବେ।

ଏହାପରର ଆକର୍ଷଣ ହେଉଛନ୍ତି ବଲିଉଡ଼ର ପ୍ରସିଦ୍ଧ ସଂଗୀତ ନିର୍ଦେଶକ ଅନୁ ମଲ୍ଲିକ। ତାଙ୍କ ସହ ଅଲୋଚନା କରିବେ ଓଲିଉଡ୍ ଗାୟକ ସ୍ୱୟମ୍ ପାଢ଼ୀ।

ତୃତୀୟ ଅଧିବେଶନ

ମଧ୍ୟାହ୍ନ ବିରତି ପରେ ଆରମ୍ଭ ହେବ ଓଟିଭି ଫୋରସାଇଟ ୨୦୨୩ର ତୃତୀୟ ଅଧିବେଶନ। ଏହା ବିଷୟ ରହିଛି- How Mental Health Issues Continue To Be Taboo Inspite Of Advent In Medical Science. ଏହି ଅଧିବେଶନର ଅତିଥି ଅଛନ୍ତି ଏଲ୍‌.ଭି.ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ଭାଇସ୍‌ ଚେୟାରମ୍ୟାନ୍‌ ପଦ୍ମଶ୍ରୀ ଡଃ ତାରା ପ୍ରସାଦ ଦାସ, କ୍ଲିନିକାଲ ସାଇକୋଲୋଜିଷ୍ଟ ତଥା ବିହେଭିୟରାଲ ଟ୍ରେନ୍‌ର ତଥା ଲେଖିକା ଡଃ ନିମ୍ରତ୍ ସିଂହ, ଏବଂ କ୍ରିଟିକାଲ୍ କେୟାର ଆଣ୍ଡ ମେଡିସିନ୍ ଇନ୍ ଇଣ୍ଡିଆ ଆଣ୍ଡ SAARC ନେସନ୍‌ସର ବିଶେଷଜ୍ଞ ଡଃ ରାଜେଶ ଚନ୍ଦ୍ର ମିଶ୍ର। ଏହି ଅଧିବେଶନର ମଡରେଟର ଅଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର। ଆଲୋଚନା ପରେ ଦର୍ଶକମାନେ ଅତିଥିମାନଙ୍କୁ ନିଜ ନିଜର ପ୍ରଶ୍ନ ପଚାରି ପାରିବେ।

ଚତୁର୍ଥ ଅଧିବେଶନ

ଓଟିଭି ଫୋରସାଇଟ୍ ୨୦୨୩ର ଚତୁର୍ଥ ଅଧିବେଶନର ଆଲୋଚନା ପ୍ରସଙ୍ଗ ରହିଛି- Impact of Ed.Tech Companies on Traditional Education System. ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଅତିଥି ଭାବେ ଯୋଗ ଦେଉଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତି ସବିତା ଆଚାର୍ଯ୍ୟ, NCERTର ପୂର୍ବତନ ନିର୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ‘ମାଥମେଟିକ୍‌ସ କାଫେ’ର ପ୍ରତିଷ୍ଠାତା ସବ୍ୟସାଚୀ ରାଉତ। ଏହି ଅଧିବେଶନର ମଡରେଟର ଅଛନ୍ତି ଓଟିଭିର ବରିଷ୍ଠ ନ୍ଯୁଜ୍ ଆଙ୍କର ଭବାନୀ ମହାପାତ୍ର। ଆଲୋଚନା ଶେଷରେ ଦର୍ଶକମାନେ ଅତିଙ୍କୁ ନିଜର ପ୍ରଶ୍ନ ପଚାରିପାରିବେ।

ପଞ୍ଚମ ଅଧିବେଶନ

ଓଟିଭି ଫୋରସାଇଟ୍ ୨୦୨୩ର ଶେଷ ତଥା ପଞ୍ଚମ ଅଧିବେଶନର ବିଷୟବସ୍ତୁ ରହିଛି ଚଳଚ୍ଚିତ୍ର ସଂପର୍କରେ। ଶୀର୍ଷକ ହେଲା- Amidst Polarization How Filmmakers to choose their Subjects without worrying their Backlash. ଏ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରସିଦ୍ଧ ବଲିଉଡ଼ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଷୀ। ଏହି ଅଧିବେଶନର ମଡରେଟର ଅଛନ୍ତି ‘ଓଲିଭ୍ ରିଡଲି ମେଡିଆ’ର ପ୍ରତିଷ୍ଠାତା ସମର ପ୍ରତାପ ନାୟକ।

ଓଟିଭିର ଏହି ବାର୍ଷିକ ଚିନ୍ତର ବୈଠକର ସିଧାପ୍ରସାରଣ ଦେଖିପାରିବେ ଓଟିଭିରେ, ଆଜି ସକାଳ ୧୦.୩୦ରୁ। ଏଥିସହିତ ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ, ଯଥା ଫେସବୁକ୍ ଓ ୟୁଟ୍ୟୁବ୍ ରେ ମଧ୍ୟ ଏହାର ସିଧାପ୍ରସାରଣ ଦେଖିପାରିବେ।