Advertisment

OTV Foresight 2023: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

ଅଦ୍ୟତନ ହୋଇଛି
Annu Mallik

Annu Mallik

Advertisment

ଓଟିଭି ପାଇଁ ଗୀତ ଗଇଲେ ଅନୁ ମଲ୍ଲିକ । ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ । ଗୀତଟି ଏତେ ସୁନ୍ଦର ଥିଲା ଯେ, ତୁରନ୍ତ ସମସ୍ତଙ୍କ ମନ କିଣି ନେଲା । ମଞ୍ଚ ତଳେ ବସିଥିବା ସମସ୍ତ ଦର୍ଶକ ତାଳି ମାରି ଅନୁ ମଲ୍ଲିକଙ୍କୁ ସ୍ୱାଗତ କଲେ ।

Advertisment

‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଦେଶର ଲୋକପ୍ରିୟ ତଥା ବଲିଉଡ୍ ସଂଗୀତ ନିର୍ଦେଶକ ଅନୁ ମଲ୍ଲିକ । ଏଠାରେ ସେ ନିଜ କ୍ୟାରିୟରର ଅନୁଭୂତି ବଖାଣିବା ସହ ତାଙ୍କର ପ୍ରଥମ ଗୀତ କ’ଣ ଥିଲା, କେମିତି ସେ ମ୍ୟଜିକ୍‌ ଦେବା ଆରମ୍ଭ କଲେ ଆଉ ତାଙ୍କ ପ୍ରଥମ ମ୍ୟୁଜିକ୍‌ କେମିତି କମ୍ପୋଜ୍‌ କରିଥିଲେ ତାହା କହିଛନ୍ତି । ଏହାସହ ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

Advertisment

ଆଜି ଫୋରସାଇଟ୍‌ ୨୦୨୩ରେ ପ୍ରଥମେ ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଏହାପରେ ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।

ଏହି ଅବସରରେ ନିତିନ ଗଡ଼କରୀ ଭିଡିଓ ବାର୍ତ୍ତା ଜରିଆରେ କହିଥିଲେ ଯେ, ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି । ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି।

Advertisment

ତେବେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଓଟିଭିର ଏହି ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ପ୍ରତିଥର ପରି ଏଥର ମଧ୍ୟ ଏଠାରେ, ରାଜ୍ୟ ଓ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚାଲିଛି ଦିବସ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା । ନିଜ ମତ ରଖିଛନ୍ତି ପ୍ରସଙ୍ଗ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ।

Otv OTV Foresight Anu Malik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ