/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670564167.jpg)
Olive Ridley
କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ପ୍ରଶାନ୍ତ ମହାସାଗରରୁ ହଜାର ହଜାର ବିରଳ ଅଲିଭ ରିଡଲେ କଇଁଛ ଆସିଥାନ୍ତି । ଏଠାରେ ସେମାନଙ୍କ ସମାଗମ ହୋଇଥାଏ । ବର୍ତ୍ତମାନ କଇଁଛମାନଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ଦେବୀ ମୁହାଣ ଠାରୁ ଧାମରା ମୁହାଣ ୨୦ କିମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ବନବିଭାଗ ପକ୍ଷରୁ ପାରାଦୀପ, ଶାସନପେଟା, ବତୀଘର ଓ ଡାଙ୍ଗମାଳ ଠାରେ ମତ୍ସ୍ୟଜୀବୀ, ଟ୍ରଲର ମାଲିକ, ସ୍ୱେଚ୍ଛାସେବୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ହେଉଛି । ଶିବିରରେ ଚିତ୍ରକଳା ମାଧ୍ୟମରେ କଇଁଛ ସୁରକ୍ଷା ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଚିତ୍ର ଶିଳ୍ପୀ ଶ୍ରୀକାନ୍ତ ।
ଅପରପକ୍ଷରେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଏଠି ଟ୍ରଲର ମାଲିକ କଟକଣା ମାନୁନଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ବନବିଭାଗ ୮ଟି ଟ୍ରଲର ସହିତ ୮୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । କଇଁଛମାନଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ କଇଁଛ ମାନଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଛି । ଚଳିତ ବର୍ଷ ଅଧିକ ସଂଖ୍ୟାରେ କଇଁଛ ସମୁହ ଅଣ୍ଡାଦାନ ପ୍ରକିୟାରେ ସାମିଲ ହେବା ନେଇ ଆଶା ରଖିଛି ବନବିଭାଗ
ଚଳିତବର୍ଷ କଇଁଛ ମାନେ କେତେ ସୁରକ୍ଷିତରେ ଅଣ୍ଡାଦାନ କରି ଫେରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)