/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689176699.jpg)
Tata Power
ଟାଟା ପାଓ୍ୱାରକୁ ଓଇଆରସିଙ୍କ କଡ଼ା ତାଗିଦ୍ । ଏଥରର ପାୱାର କଟ୍ ସମସ୍ୟା ଆସନ୍ତାବର୍ଷକୁ ନରହୁ । ସମୟସୀମା ଭିତରେ ସରୁ ଟାସ୍କ ଓ ଭିତ୍ତିଭୂମିରେ ସୁଧାର କାମ । ବାର୍ଷିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବେଳେ ଆଜି ଟାଟ ପାଓ୍ୱାରକୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓଇଆରସି ବା ବିଦ୍ୟୁତ ନିୟାମକ ଆୟୋଗ। ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭିତ୍ତିଭୂମି ସଜାଡିବା ସହ ଫିଡର ମିଟରିଂ, ଟ୍ରାନ୍ସଫର୍ମ ମିଟରିଂ ସାରିବାକୁ କୁହାଯାଇଛି। ଏହାସହ ପ୍ରତି ମାସରେ ଟାଟାପାଓ୍ୱାର କାମର ସମୀକ୍ଷା କରିବେ ଖୋଦ୍ ଓଇଆରସି। ଏଥିପାଇଁ ନିର୍ଦ୍ଦେଶକ ରାଙ୍କର ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ପ୍ରତିମାସ ୪ଟି ଡିଷ୍ଟ୍ରିବ୍ୟୁସନ୍ କମ୍ପାନିର ବିଭିନ୍ନ ଡିଭିଜନରେ ଗ୍ରାଉଣ୍ଡକୁ ଯାଇ ତନଖି କରି ଓଇଆରସିଙ୍କୁ ରିପୋର୍ଟ ଦେବେ।
ଚଳିତ ବର୍ଷ ପାଓ୍ୱାର କଟ୍ ପଛରେ ଭିତ୍ତିଭୂମି କାରଣ ହୋଇଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଓଇଆରସି। ତେଣୁ ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଥିବା ୧୯ ଶହ କୋଟି ଟଙ୍କାର ଅଡିଟ୍ ହେବ। ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଥିବା ଏହି ଟଙ୍କାର ଓଇଆରସିଙ୍କ ନିରୀକ୍ଷଣରେ ତୃତୀୟ ପକ୍ଷ ଜରିଆରେ ଏଇ ଅଡିଟ୍ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏପଟେ କିନ୍ତୁ ଏବେ ବି ଗ୍ରାଉଣ୍ଡରେ ସ୍ଥିତି ସମାନ। ଖରା ଯାଇ ବର୍ଷା ଆସିଲାଣି। ହେଲେ ସୁଧୁରୁନି ଅବସ୍ଥା। ବ୍ରହ୍ମପୁର ଗୋଷାଣିନୂଆଗାଁର ଗତରାତିରୁ ସକାଳ ପାହିଗଲା ହେଲେ ଗାଏବ୍ ବିଜୁଳିର ଦେଖା ମିଳିଲାନି। ରାତିର ଯନ୍ତ୍ରଣା ବିରୋଧରେ ଅସନ୍ତୋଷ ତେଜିବା ପରେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ହେଲେ ଆଜିର ବୈଠକରେ ଓଇଆରସିଙ୍କ ତାଗିଦ୍ ସତ୍ତ୍ୱେ ବି ପାଓ୍ୱାର କଟକୁ ମାନିବାକୁ ନାରାଜ ଟିପିସିଓଡିଏଲ କର୍ତ୍ତୃପକ୍ଷ।
କାଳବୈଶାଖୀ ଯୋଗୁଁ ବାରମ୍ୱାର ପାଓ୍ୱାର ଟ୍ରିପ ହୋଇଛି । ଚଳିତ ବର୍ଷ ୨୩୭ଟି କାଳବୈଶାଖୀ ହୋଇଥିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା । ଆଗକୁ ଓଇଆରସି ଦେଇଥିବା ଭିଜନକୁ ନେଇ କାମ ହେବ ବୋଲି କହିଛନ୍ତି ଟିପିସିଓଡିଏଲ ସିଇଓ କହିଛନ୍ତି।
ଚଳିତ ଖରା ଦିନରେ ଅସହ୍ୟ ହୋଇଥିଲା ପାଓ୍ୱାର କଟ ସମସ୍ୟା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଖୋଦ୍ ମନ୍ତ୍ରୀ ମାନେ ବି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଭିତ୍ତିଭୂମିରେ ସମସ୍ୟା ଥିବା ମଧ୍ୟ ମାନିଥିଲେ ଖୋଦ ଶକ୍ତି ମନ୍ତ୍ରୀ। ଏବେ ଦେଖିବାର କଥା ଓଇଆରସିଙ୍କ ତାଗିଦ ପରେ ବିଜୁଳୁ କାଟ ସମସ୍ୟାରେ ସୁଧାର ଆସୁଛି ନା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)