• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଡ୍ରାଇଭର ମହାସଂଘର ଜାରି ରହିଥିବା ଆନ୍ଦୋଳନରେ ଲାଗିବ କି ବ୍ରେକ୍ ? କାରଣ ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ଆଲୋଚନାରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ୩ ମାସର ମହଲତ ନେଇ କହିଛନ୍ତି, ୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ସଂଧ୍ୟା ୭ଟାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଅହେତୁକ ଭିଡ଼ । ଡ୍ରାଇଭର ଆନ୍ଦୋଳନ ଯୋଗୁଁ କାଳେ ତେଲ ସରିଯିବ, ସେହି ଆଶଙ୍କାରେ ସେମାନେ ଆଗୁଆ ନିଜ ନିଜ ଗାଡ଼ିରେ ତେଲ ପକାଇବାକୁ ଭିଡ଼ ଲଗାଇଛନ୍ତି । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଟ୍ୟାଙ୍କରଗୁଡ଼ିକ ଯାଇ ଆସି ପାରୁନି। କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଘାରିଛି । ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି ।

ଅଧିକାଂଶ ତେଲ ଟାଙ୍କିରେ ପେଟ୍ରୋଲ ସରିଯାଇଥିବା ନେଇ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକଙ୍କ ସୂଚନା । ଲୋକେ ଆବଶ୍ୟକତା ଠାରୁ ଅଧିକ ତେଲ ପକାଉଥିବା ସେ କହିଛନ୍ତି । ଆଜି ଗୋଟିଏ ଦିନରେ ଅଢ଼େଇ ଦିନର ପେଟ୍ରୋଲ ଶେଷ ହୋଇଛି । ବ୍ୟସ୍ତ ହୋଇ ତେଲ ପକାନ୍ତୁ ନାହିଁ, କାଲି ତେଲ ଗାଡ଼ି ଆସିବ କହିଛନ୍ତି ସଂଘ ସମ୍ପାଦକ ।