/odishatv-khabar/media/post_attachments/uploadimage/library/16_9/16_9_0/Run_Way_1704280715.jpg)
Run Way
ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ କ୍ୟାଟ-୨ ଭିଜନ ସମ୍ପ୍ରସାରଣ ପାଇଁ କାମ ଚାଲିଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ୪୦ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ରନୱେରେ ଲଗାଯାଉଛି ସେଣ୍ଟର ଲାଇଟ । ଯାହାକି ରନୱେ ତଳେ ରହିବ । ମାର୍ଚ୍ଚ ୩୧ ସୁଦ୍ଧା ଲାଇଟିଂ ବ୍ୟବସ୍ଥା ସରିବ ।
Advertisment
ଏହା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ । ଯାହାଦ୍ୱାରା ୩ଶହ ମିଟର ଯାଏଁ ଦୃଶ୍ୟମାନ ଦୂରତାରେ ବିମାନ ଅବତରଣ କରିପାରିବ । ଏବେ ୫ଶହ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି । କ୍ୟାଟ-୨ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୨ ଏକର ଜମି ବିମାନ ବନ୍ଦର ନାମରେ କରିଥିଲେ ବି ଜବରଦଖଲ ସମସ୍ୟାରୁ ହସ୍ତାନ୍ତର ହୋଇପାରିନି । ରାଜ୍ୟ ସରକାର ଶୀଘ୍ର ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଜମି ମିଳିଲେ ମେ’ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦର ହେବ କ୍ୟାଟ-୨ ଦୃଶ୍ୟମାନ ବିମାନ ବନ୍ଦର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)