• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଦାଦନ ଦୁଃଖ । ପେଟ ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟି । ହେଲେ ସ୍ଥିତି ଏମିତି ହେଲା ଯେ ସେଠୁ ଲୁଚି ପଳେଇ ଆସିବାକୁ ବାଧ୍ୟ ହେଲେ ଓଡ଼ିଆ ଶ୍ରମିକ । ହେଲେ ଧରାପଡ଼ିଗଲେ ମାଲିକର ଗୁଣ୍ଡାଙ୍କ ହାତରେ । ଦୁଇ ଜଣ ରହିଗଲେ ଆଉ ଦୁଇ ଜଣ କଳେ ବଳେ କୌଶଳେ ଜଙ୍ଗଲ ବାଟ ଦେଇ ଲୁଚି ଖସି ଆସିଲେ । ଏମିତି ଏକ ଅଭାବନୀୟ ପରିସ୍ଥିତି ଘଟିଛି ୪ ଜଣ ଓଡ଼ିଆ ଶ୍ରମିକଙ୍କ କ୍ଷେତ୍ରରେ ।

ପୁରା କାହାଣୀଟି ହେଲା, ଚାରି ଜଣ ଓଡ଼ିଆ ଶ୍ରମିକ ତଥା ଆଦିବାସୀ ଯୁଗ ଚେନ୍ନାଇ ଯାଇଥିଲେ କାମ କରିବାକୁ । ସେଠି ଯାହା କିଛି ରୋଜଗାର କରିଥାନ୍ତେ, ସେଥିରୁ ଘରକୁ କିଛି ପଠାଇଥାନ୍ତେ ଆଉ ନିଜେ ଚଳିଥାନ୍ତେ । ହେଲେ ଯେଉଁ ପେଟ ପାଟଣା ପାଇଁ ସେ ଦୁର ରାଜ୍ୟକୁ ଯାଇଥିଲେ ସେଠାରେ ରୋଜଗାର ତ ଦୂରର କଥା, ଓଲିଟା ଅକଥନୀୟ ନିର୍ଯାତନାର ଶିକାର ହେଲେ । ଏହି ୪ ଯୁବକ ହେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ଦରଖଳା ଗାଁର ନବ ମୁଣ୍ଡା, ମଳୟ ମୁଣ୍ଡା, ସୁନାରାମ ହୋତା ଓ ଅନ୍ୟ ଜଣେ ଯୁବକ ।

ସେମାନେ ବାଲେଶ୍ୱର ଜିଲ୍ଲାର ଜଣେ ଶ୍ରମିକ ଠିକାଦାରଙ୍କ ଅଧିନରେ ଚେନ୍ନାଇ ଯାଇଥିଲେ କାମ କରିବାକୁ । ସେଠାରେ ଏକ ଘରୋଇ ଅଟୋ ପାର୍କ କାରଖାନାରେ କାମ ମଧ୍ୟ କରୁଥିଲେ । ହେଲେ ତିନି ମାସ ହେବ ସେମାନେ କାମ କରିବା ମଧ୍ୟମରେ ତାଙ୍କୁ କମ୍ପାନୀ ପକ୍ଷରୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ସଠିକ୍‌ ଭାବେ ଖାଇବାକୁ ମଧ୍ୟ ଦେଉନଥିଲେ । ତେଣୁ ୨-୪ ଦିନ ତଳେ ସେମାନେ କାମ ଛାଡ଼ି ଘରକୁ ଫେରିବାକୁ ଚାହିଁଥିଲେ । କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କୁ ଘରକୁ ଫେରିବାକୁ ଦିଆଯାଇନଥିଲା । ଓଲଟି ସାମାନଙ୍କୁ ଏକ ଘରେ ବନ୍ଦ କରି ଖୁବ୍ ପିଟିଥିଲେ କମ୍ପାନୀର ଅନ୍ୟ କର୍ମଚାରୀମାନେ ।

ତେଣୁ କଳେ ବଳେ କୌଶଳେ ଶ୍ରମିକମାନେ ରାତି ସମୟରେ ସୁଯୋଗ ପାଇ ସେଠାରୁ ଖସି ଆସିବାକୁ ଚେଷ୍ଟା କରିଥିଲେ । ହେଲେ ଏହା କମ୍ପାନୀ କର୍ମଚାରୀମାନେ କୌଣସି ମତେ ଜାଣି ଦେଇଥିଲେ । ଫଳରେ ୪ ଯୁବକଙ୍କୁ ଧରିବାକୁ ସେମାନେ ଚେଷ୍ଟା କରିଥିଲେ । ଦୁଇ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଦୁଇ ଜଣ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । 

ଏହି ପୁରା ଘଟଣାନେଇ କେନ୍ଦୁଝର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାସହ ଦାଦନ ଯନ୍ତ୍ରଣାରେ ବାହାର ରାଜ୍ୟରେ ଛଟପଟ ହେଉଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ନିବେଦନ କରାଯାଇଛି ।