Advertisment

‘ତୁ ଭଲ ଅଛୁ ତ, ଝିଅ କହିଲା ହଁ’...ବାସ୍,ଏତିକି କଥା ପରେ ଆଖି ବୁଜିଦେଲା ମା’

ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chhattisgarh Woman Dies Fighting Wild Boar To Save 11-Year-Old Daughter

Mother Killed

କୁହାଯାଏ, ମା’ ତା’ ଛୁଆ ପାଇଁ ସବୁ କିଛି କରିପାରେ, ଏମିତି କି ଜୀବନ ବି ଦେଇପାରେ। ଏଠି ଆମେ ଏମିତି ଏକ ଘଟଣାର ଅବତାରଣା କରିବୁ, ଯାହା ଶୁଣିଲେ ଆପଣ ନିଶ୍ଚୟ କହିବେ, ସତରେ ଏମିତି ମା’ର ତୁଳନା ନାହିଁ।

Advertisment

ଛତିଶଗଡ଼ କୋବ୍ରା ଜିଲ୍ଲାର ଘଟଣା। ତେଲିୟାମାର ଗାଁର ଦୁବସିଆ ଓ ତାଙ୍କ ଝିଅ ରିଙ୍କି ଧାନବିଲରେ କାମ କରୁଥିଲେ। ଏଇଟା ସେମାନଙ୍କ ସବୁଦିନିଆ କାମ। କିନ୍ତୁ ସେଦିନର ଘଟଣା ଥିଲା ଟିକେ ଭିନ୍ନ।

ମା’ ଝିଅ କାମ କରୁଥିବା ବେଳେ ହଠାତ୍ ଏକ ବାର୍‌ହା ବିଲ ଆଡ଼କୁ ମାଡ଼ି ଆସୁଥିବା ଦେଖି ସେ ଚମକି ପଡ଼ି ଟିକେ ଦୂରକୁ ଘୁଞ୍ଚିଯାଇଥିଲା। ମା’ ପଳେଇଯିବା ଦେଖି ବାର୍‌ହାଟି ଝିଅ ଆଡ଼କୁ ମାଡ଼ିଆସି ଆକ୍ରମଣ ଆରମ୍ଭ କଲା।

Advertisment

ଦୁବସିଆ ଏ ଦୃଶ୍ୟ ଦେଖି ଆଉ କାଳ ବିଳମ୍ବ ନକରି ବାର୍‌ହା ମୁହଁରୁ ଝିଅକୁ ଉଦ୍ଧାର କରିବାକୁ ଲଢ଼େଇ ଆରମ୍ଭ କଲା। ବାର୍‌ହାଟି ଧିରେ ଧିରେ ଭୟଙ୍କର ହେଉଥିବା ଦେଖି ଆଖପାଖର ଲୋକେ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ସାହସ କରୁନଥାନ୍ତି। କିଛି ସମୟର ଲଢ଼େଇ ପରେ ଝିଅକୁ ଉଦ୍ଧାର କରିଥିଲେ ଦୁବସିଆ।

ଖବର ପାଇ ଦୁବସିଆର ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ନେଇଥିଲେ। ଲୋକଙ୍କ ପାଟିତୁଣ୍ଡ ଶୁଣି ବାର୍‌ହାଟି ପଳାଇ ଯାଇଥିଲେ ମଧ୍ୟ ଆକ୍ରମଣରେ ମା’ର ଅବସ୍ଥା ସେତେବେଳକୁ ସଂକଟାପନ୍ନ ହୋଇସାରିଥିଲା। ଠିକ୍ ଏତିକି ବେଳେ ଦୁବସିଆ ଝିଅ ରିଙ୍କିକୁ ଖୋଜିଥିଲା। ତେବେ ରିଙ୍କିକୁ ପାଖରେ ଦେଖିବା ପରେ ମା’ ପଚାରିଥିଲା, ତୁ ଭଲ ଅଛୁ ତ ? ଝିଅଠୁ ହଁ ଶୁଣିବା ପରେ ଆଖି ବୁଜିଦେଲା ମା’। ଏ ଦୃଶ୍ୟ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ କଥା...ଲଢ଼େଇ କରି ଝିଅକୁ ବଂଚେଇଦେଲା ସିନା ନିଜେ ଚାଲିଗଲା।

ସେଠାରେ ଥିବା ଲୋକଙ୍କ କହିବାନୁଯାୟୀ, ଏଭଳି ଭୟଙ୍କର ବାର୍‌ହା ସେମାନେ ଆଗରୁ କେବେ ଦେଖିନଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

Inspirational Story
Advertisment
Advertisment