Advertisment

ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...

ଅଦ୍ୟତନ ହୋଇଛି
World's Most Expensive House Antilia

Most Expensive House

Advertisment

ଦୁନିଆର ସବୁଠାରୁ ମହଙ୍ଗା ଘରର ନାମ କଣ ? କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ଘର କଥା ଯେତେବେଳେ ସାମ୍ନାକୁ ଆସେ ଏସବୁ ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ । ଏମିତିରେ ବି ଯେତେବେଳେ ଦୁନିଆର ସବୁଠୁ ଦାମୀ ଘର କଥା ଆସେ, ପ୍ରଥମେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଷୟରେ ଚର୍ଚ୍ଚା ହୋଇଥାଏ। ଆଣ୍ଟିଲିଆ ଦୁନିଆର ସବୁଠାରୁ ମହଙ୍ଗା ଘର ତାଲିକାରେ ରହିଥିଲେ ମଧ୍ୟ ଏହା ଦୁନିଆର ସବୁଠାରୁ ମହଙ୍ଗା ଘର ନୁହେଁ। ଆସନ୍ତୁ ଜାଣିବା ବିଶ୍ବର ସବୁଠାରୁ ୧୦ ମହଙ୍ଗା ଘର ବିଷୟରେ...

Advertisment

ଅଧିକ ପଢ଼ନ୍ତୁ: ଘରକୁ ଆସିଲେ ରାଧିକା...ହେଲା ଧନବର୍ଷା, ୧୦ ଦିନରେ ବଢ଼ିଲା ଆଖି ତରାଟିବା ଭଳି ସଂପତ୍ତି

ବକିଙ୍ଗ୍‌ହମ୍‌ ପ୍ୟାଲେସ୍ (Buckingham Palace):

ବକିଙ୍ଗ୍‌ହମ୍‌ ପ୍ୟାଲେସକୁ ଦୁଳିଆର ସବୁଠାରୁ ଦାମୀ ଘର ଭାବେ ବିବେଚନା କରାଯାଏ । ଏହା ଶତାବ୍ଦୀ ଧରି ବ୍ରିଟିଶ ରାଜତନ୍ତ୍ରର ପ୍ରତୀକ ଭାବରେ ରହିଛି । ୧୨୦୩ରେ ଏହି ପ୍ରାସାଦଟି ନିର୍ମାଣ କରାଯାଇଥିଲା । ଏହା ଖୁବ୍ ବିଳାସପୂର୍ଣ୍ନ ଓ ଏହାର ଦାମ ପ୍ରାୟ ୪୯୦୦ ମିଲିୟନ ଡଲାର । 

Advertisment

ଆଣ୍ଟିଲିଆ (Antilia):

ଭାରତର ମୁମ୍ବାଇରେ ଅବସ୍ଥିତ ୨୨ ମହଲା ବିଶିଷ୍ଟ ଆକାଶ ଛୁଆ ଆଣ୍ଟିଲିଆ ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଘର ମଧ୍ୟରେ ସ୍ଥାନ ପାଇଛି । ଏହାର ଦାମ ପ୍ରାୟ ୨୦୦୦ ମିଲିୟନ ଡଲାର । ଭାରତର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଏହି ଆଧୁନିକ ଘରେ ଅନେକ ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ରହିଛି । ଏଥିମଧ୍ୟରେ ତିନୋଟି ହେଲିପ୍ୟାଡ଼, ୧୬୮ କାର୍ ଗ୍ୟାରେଜ୍, ଏକାଧ‌ିକ ସୁଇମିଂ ପୁଲ୍, ଥିଏଟର ଆଦି ଅନେକ ସୁବିଧା ରହିଛି।

ଭିଲ୍ଲା ଲିଓପୋଲଡା (Villa Leopolda):

ଭିଲ୍ଲା ଲିଓପୋଲଡା ଏକ ଐତିହାସିକ ଓ ବିଳାସପୂର୍ଣ୍ଣ ଘର ଯାହାର ଇତିହାସ ବହୁତ ପୁରୁଣା । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଏହା ସାମରିକ ଡାକ୍ତରଖାନା ଭାବରେ କାମ କରିଥିଲା । ଭିଲ୍ଲା ଲିଓପୋଲଡା ଏହାର ସଂଗ୍ରହାଳୟ, କଳାକୃତି ଦ୍ବାରା ଅତି ସୁନ୍ଦର ଭାବରେ ଡିଜାଇନ୍ ହୋଇଛି । ଏହାର ଦାମ୍ ପ୍ରାୟ ୫୦ ମିଲିୟନ ଡଲାର ।

Advertisment

ଭିଲ୍ଲା ଲେସ୍ ସେଡ୍ରେସ୍ (Villa Les Cèdres):

ଭିଲ୍ଲା ଲେସ୍ ସେଡ୍ରେସ୍ ଏକ ଆକର୍ଷଣୀୟ ଓ ଐତିହାସିକ ଘର । ଏହାର ଦାମ ପ୍ରାୟ ୪୫୦ ମିଲିୟନ ଡଲାର । ଏହା ୧୮୩୦ ମସିହାରେ ନିର୍ମିତ ହୋଇଥିଲା, ଏହା ୧୯୦୪ ମସିହାରେ ବେଲଜିୟମର ରାଜା ଲିଓପୋଡ଼ଙ୍କ ଦ୍ବାରା କିଣାଯାଇଥିଲା । ୧୮,୦୦୦ ବର୍ଗଫୁଟ ବ୍ୟାପିଥିବା ଏହି ଭିଲ୍ଲାରେ ୧୪ଟି ବେଡ଼ରୁମ, ଲାଇବ୍ରେରୀ ରହିଛି  ।

ଲେସ୍ ପଲାଇସ୍ ବୁଲେସ୍ (Les Palais Bulles):

ଫ୍ରାନ୍ସର ଲେସ୍ ପଲାଇସ୍ ବୁଲେସ୍ ଦୁନିଆର ସବୁଠାରୁ ଦାମୀ ବାସସ୍ଥାନ ମଧ୍ୟରେ ସ୍ଥାନ ପାଇଥାଏ। ଏହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ସମସ୍ତଙ୍କ ବେଶ ଧ୍ୟାନ ଆକର୍ଷଣ କରିଥାଏ । ଏହାର ଦାମ ପ୍ରାୟ ୪୨୦ ମିଲିୟନ ଡଲାର ।

ଓଡେନ୍ ଟାୱାର ପେଣ୍ଟହାଉସ୍ (Odeon Tower Penthouse):

ମୋନାକୋରେ ଅବସ୍ଥିତ, ଓବେନ୍‌ ଟାୱାର ପେଣ୍ଟହାଉସ୍ ହେଉଛି ଏକ ବିଳାସପୂର୍ଣ ଆପାର୍ଟମେଣ୍ଟ । ଏହା ଟୁଡ଼ ଓଡେନ୍‌ ଭାବରେ ମଧ୍ୟ ଜଣାଶୁଣା, ଏହି ଆକାଶ ଛୁଆଁ ପେଣ୍ଟହାଉସ୍ ୨୦୦୯ ରୁ ୨୦୧୫ ମଧ୍ୟରେ ନିର୍ମିତ ହୋଇଥିଲା । ଯାହାର ଦାମ ପ୍ରାୟ ୩୩୦ ମିଲିୟନ ଡଲାର ।

ଅଧିକ ପଢ଼ନ୍ତୁ: ମୁକେଶଙ୍କ ଆଖିରେ ଲୁହ; କନ୍ଦାଇ ଦେଲେ ନୀତା ଅମ୍ବାନୀ, ଭାଇରାଲ ହେଲା ଭିଡିଓ

ଫୋର୍‌ ଫେୟାରଫିଲ୍ଡ ପଣ୍ତ (Four Fairfield Pond):

ନ୍ୟୁୟର୍କର ଲଙ୍ଗ ଦ୍ବୀପରେ ଥିବା ସମଟନ୍ସରେ ଅବସ୍ଥିତ ଫୋର ଫେୟାରଫିଲ୍ମ ପଣ୍ଡ, ଦୁନିଆର ସବୁଠାରୁ ଦାମୀ ଘର ଭାବରେ ପରିଗଣିତ ହୋଇଥାଏ । ଏହାର ମୂଲ୍ୟ ପ୍ରାୟ ୨୫୦ ମିଲିୟନ ଡଲାର । ଏଥିରେ ୨୯ଟି ବେଡ଼ରୁମ ଓ ୩୯ଟି ବାଥରୁମ୍ ଅଛି ।

୧୮-୧୯ କେନ୍ସିଙ୍ଗଟନ୍ ଗାର୍ଡ଼େନ୍‌ ( 18-19 Kensington Gardens):

୧୮-୧୯ କେନ୍ସିଙ୍ଗଟନ୍‌ ଗାର୍ଡେନ୍, ଲଣ୍ଡନର କେନ୍ସିଙ୍ଗଟନରେ ଏକ ସମ୍ମାନଜନକ ସ୍ନାନ ଦଖଲ କରିଛି, ଯାହାକି "ବିଲିୟନେୟାର ରୋ" ଭାବରେ ଜଣାଶୁଣା । ୧୮-୧୯ କେସ୍ଟିଙ୍ଗଟନ୍‌ ଗାର୍ଡେନ୍ ଇଣ୍ଡନର ଅନ୍ୟତମ ବିଳାସପୂର୍ଣ୍ନତା ଓ ଚମତ୍କାରିତାକୁ ଦର୍ଶାଏ । ଯାହାର ଦାମ ପ୍ରାୟ ୨୨୨ ମିଲିୟନ ଡଲାର ।

ବିୟୋନ୍ସେ ଏବଂ ଜୟ-ଜେ (Beyoncé and Jay-Z):

ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ବ୍ୟକ୍ତିବିଶେଷ ନିୟନ୍ତ୍ର ଏବଂ ଜୟ-Z ଖୁବ ବିଳାସପୂର୍ଣ ଜୀବନ ବିତାନ୍ତି । ତେଣୁ ତାଙ୍କ ଘରକୁ ସବୁଠୁ ଦାମୀ ଘର ମଧ୍ୟରେ ଗଣାଯାଏ । ଏହାର ମୂଲ୍ୟ ପ୍ରାୟ ୨୦୦ ମିଲିୟନ ଡଲାର । ଏହି ମହଲ ଇକୋ-ଫ୍ରେଣ୍ଡଲି ସାମଗ୍ରୀ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ ହୋଇଛି ।

ଏଲିସନ ଇଷ୍ଟେଟ୍ (The Ellison Estate):

ଓରେକଲ୍ କର୍ପୋରେସନ୍‌ର ସହ-ପ୍ରତିଷ୍ଠାତା ଲ୍ୟାଲି ଏଲିସନଙ୍କ ଏଲିସନ ଇଷ୍ଟେଟ୍, କାଲିଫର୍ନିଆରେ ଅବସ୍ଥିତ । ଏକାଧିକ କୋଠୀ, ବଗିଚା, ଏବଂ ବିଳାସପୂର୍ଣ୍ଣ ସୁବିଧା ଆଧାରିତ ଇୟେଟ୍ ଏକ ଶାନ୍ତ ଏବଂ ଆକର୍ଷଣୀୟ ପରିବେଶରେ ରହିଛି । ଏହାର ମୂଲ୍ୟ ପ୍ରାୟ ୨୦୦ ମିଲିୟନ ଡଲାର ।

ଅଧିକ ପଢ଼ନ୍ତୁ: Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

House Mukesh Ambani Antilia Mukesh Ambani Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ