• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରି ବିରକ୍ତ କରୁଥିଲା ଅସରପା । ଘରେ ଆଉ ବସେଇ ଉଠେଇ ଦେଉନଥିଲା । ଚିଡ଼ ଚିଡ଼ ଲାଗୁଥିଲା । ଯେତେବେଳେ ଯୁଆଡ଼େ ଚାଲିଲା ବେଳକୁ ଆସରପା ଦେଖିବାକୁ ମିଳୁଥିଲା । ଏମିତିକି କୌଣସି ଖାଦ୍ୟ ଯଦି ବାହାରେ ରହୁଥିଲା, ତୁରନ୍ତ ତା’ଉପରେ ଅସରପା ବସୁଥିଲା । ଏଭଳି ସମସ୍ୟା ଏବେ ପ୍ରାୟ ସମସ୍ତଙ୍କ ଘରେ ରହୁଛି । ତେଣୁ ଅଧିକାଂଶ ଲୋକେ ନିଜ ଘରେ ଅସରପା ସହ ଲଢ଼ିବା ପାଇଁ ବିଭିନ୍ନ ପ୍ରକାର ସ୍ପ୍ରେ ରଖୁଛନ୍ତି । ହେଲେ ଏହି ବିଶାକ୍ତ ସ୍ପ୍ରେ ଯେ ଏତେ ବଡ଼ କାଣ୍ଡ ଘଟାଇବ ତାହା କିଏ ଜାଣିଥିଲା ।

ଆପଣ ଏବେ ଆମ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ଆଉ ମନରେ ପ୍ରଶ୍ନ ଆସୁଥିବ ସାମାନ୍ୟ ସ୍ପ୍ରେ ଯୋଗୁଁ କ’ଣ ଏମିତି ଘଟିଗଲା ବଡ଼ ଘଟଣା । ଆଜ୍ଞା ହଁ ଏହି ସ୍ପ୍ରେ ଯୋଗୁଁ, ଏକ ଆପାର୍ଟମେଣ୍ଟରେ ବିସ୍ଫୋରଣ ଘଟିଛି । କଥାଟା ଅଡ଼ୁଆ ଲଗୁଥିଲେ ବି ସତ । ଜାପାନରୁ ଏହି ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ଅସରପା ତାଙ୍କୁ ଖୁବ୍‌ ହଇରାଣ କରିଥିଲା । ସେ ଅସରପାକୁ ମାରିବାକୁ ଯାଇ ଏକ ସ୍ପ୍ରେ ବ୍ୟବହାର କରିଥିଲେ । ଅସରପା ଉପରେ ସେହି ସ୍ପ୍ରେ’ ମାରି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ହେଲେ ଠିକ୍ ଏତିକି ବେଳେ ଘଟିଲା ବିସ୍ଫୋରଣ । କାରଣ ସ୍ପ୍ରେ’ଟି ଅସରପା ଉପରେ ପଡ଼ିବା ସହ ଏକ ଇଲେକ୍ଟ୍ରିକ୍‌ ବୋର୍ଡ ଉପରେ ମଧ୍ୟ ପଡ଼ିଥିଲା ଏବଂ ସେଥିରେ ନିଆଁ ଲାଗିଥିଲା । ଆଉ ହଠାତ୍‌ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ବ୍ୟକ୍ତି ଜଣକ ସେଠାରୁ ଛିଟିକି ପଡ଼ିଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ବିଶେଷ ଗୁରୁତର ହୋଇନଥିଲେ । ତାଙ୍କ ଶରୀରରେ ନିଆଁ ବାଜିବାରୁ ସେ ସାମାନ୍ୟ ଆହତ ହୋଇଥିଲେ । ଶରୀରର କିଛି ଅଂଶରେ ଚେଙ୍କ ଲାଗିଥିଲା ।

ଏହା ପରେ ବ୍ୟକ୍ତି ଜଣକ ସ୍ପ୍ରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିବାକୁ ଚିନ୍ତା କରିଥିଲେ । ହେଲେ ସେହି ସ୍ପ୍ରେ’ରେ ପୂର୍ବରୁ ଲେଖାଥିଲା ଯେ, ବିଦ୍ୟୁତ ସଂସ୍ପର୍ଶରେ ତାହା ଆସିଲେ ବ୍ୟାପକ କ୍ଷତି ହୋଇପାରେ ।