Advertisment

କିନ୍ନର ଦୀପା ସାହୁଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହେବା ସହ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Kinner Deepa Sahoo

Kinner Deepa Sahoo

ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ । ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ମାନୀତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ତାଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହେବା ସହ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା।

Advertisment

କିନ୍ନରମାନେ ଆତ୍ମ ନିର୍ଭର ହୋଇପାରିବେ ଏହା ଦୀପା ନିଜର ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବର୍ତ୍ତମାନ ପାଇବେ ରାଷ୍ଟ୍ରପତି ପୁରସ୍କାର । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ଝିଅ ଭଳି ବ୍ୟବହାର କରିଥିଲେ ଦୀପା। ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣା ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ । କିନ୍ତୁ ସେ ହାରି ନଥିଲେ ।

ନିଜ ଲକ୍ଷ୍ୟକୁ ମଜଭୁତ କରି ଆଜି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବିଡ଼ମ୍ବନାର କଥା ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର ବାକ୍ ଶକ୍ତି ହରାଇଛନ୍ତି। ସେବେଠୁ ସେ କଥା କହି ପାରନ୍ତିନାହିଁ । ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଏହି ଜୀବନ ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ମନୋବଳକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ରଖିଛନ୍ତି।

Advertisment
Deepa Sahoo Kinner Droupadi Murmu President Draupadi Murmu
Advertisment
Advertisment