/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700304154.jpg)
Kho Kho Player
ଦୀପକ ସାହୁ । ଯାହାଙ୍କ ପାଇଁ ଆଜି ନାରା ପଡ଼ୁଛି, ଯାହାଙ୍କୁ ଲୋକେ କାନ୍ଧରେ ବସାଇ ବୁଲାଉଛନ୍ତି । ଯାହାଙ୍କ ପାଇଁ ପୁରା ଗାଁ ଆଜି ଗର୍ବରେ ଫାଟି ପଡ଼ୁଛି । ସେ ହେଉଛନ୍ତି ଦୀପକ ସାହୁ । ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗାଁର ଏକ ଗରିବ ପରିବାରର, ଜାତୀୟ ପ୍ରତିଭା ହେଉଛନ୍ତି ଦୀପକ । ସେ ସେହି ନରସିଂହପୁର ମହାବିଦ୍ୟାଳୟର ଛାତ୍ର । ବାପା ମାଆ ନାହାନ୍ତି । ଜେଜେ ବାପା-ମାଆ ହିଁ ସବୁ କିଛି ।
ଏହି ଦୀପକ ଏବେ ଓଡ଼ିଶା ସିନିୟର ଖୋ ଖୋ ଦଳରେ ସ୍ଥାନ ପାଇ ନିଜ ଗାଁ ପାଇଁ ଗୌରବ ଆଣିଛନ୍ତି । ଗୋଆରେ ଅନୁଷ୍ଠିତ ୩୭ତମ ନ୍ୟାସନାଲ ଗେମ୍ ଖୋ’ ଖୋ’ରେ ଓଡ଼ିଶା ରନର୍ସ ଅପ ପାଇଛି । ଆଉ ଏହି ଟିମ୍ରେ ସାମିଲ ଥିଲେ ଦୀପକ । ତାଙ୍କୁ ଜାତୀୟ ସ୍ତରରେ ରୌପ୍ୟ ପଦକରେ ସମ୍ମାନିତ କରାଯାଇଛି । କେବଳ ଏହି ଗୋଟିଏ ଉପଲବ୍ଧି ନୁହେଁ, ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗୀତାରେ ସାମିଲ ହୋଇ ପୁରସ୍କାର ପାଇଛନ୍ତି । ତାଙ୍କର ଏହି ସବୁ ଉପଲବ୍ଧି ପାଇଁ ପୁରା ଗାଁ ଆଜି ତାଙ୍କୁ କାନ୍ଧରେ ବସାଇ ବୁଲାଉଛନ୍ତି ।
ଦୀପକ ୧୪ ବର୍ଷରୁ କମ ଓଡ଼ିଶା ଖୋ ଖୋ ଦଳରେ ମଧ୍ୟ ସାମିଲ ଥିଲେ । ୧୭ ବର୍ଷରୁ କମ ଜୁନିଅର ଦଳରେ ବି ସେ ନିଜର ପ୍ରତିଭା ଦେଖାଇଛନ୍ତି । ଏହି ଟିମ୍ରେ ସାମିଲ ହୋଇ ସେ ବାହାର ରାଜ୍ୟକୁ ଯାଇ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।
ଦୀପକ ନିଜର ଏତେ ସବୁ ସଫଳତା ପାଇଁ କ୍ରୀଡ଼ା ଶିକ୍ଷକଙ୍କଠାରୁ ଆରମ୍ଭ କରି, ସେ ଅଭ୍ୟାସ କରୁଥିବା ପଡ଼ିଆରେ ଯେଉଁ ସବୁ ସହଯୋଗୀମାନେ ଥିଲେ ତାଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି ।
ତେବେ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚଙ୍କ କହିବା କଥା ଦୀପକଙ୍କୁ ଯଦି ସରକାରୀ ସ୍ତରରେ ଆଉ କିଛି ପ୍ରତ୍ସାହନ ମିଳିପାରନ୍ତା ତେବେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)