• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ପିଲାଙ୍କ ପାଇଁ ହାତ ପତେଇ ମାଗିଥିଲେ ୫୦୦ ଟଙ୍କା । ହେଲେ ମିଳିଲା ୫୧ ଲକ୍ଷ ଟଙ୍କା । କରେଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କୁହାଯାଏ ହୃଦୟ ସଫା ଥିଲେ ଭଗବାନ ବି ସହଯୋଗର ହାତ ବଢ଼ାନ୍ତି । ଠିକ୍‌ ଏମିତି କିଛି ଘଟିଛି କେରଳର ଜଣେ ଗିରିବ ମାଆ ସହିତ । ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲା ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।

ଏହି କଥା ସହଜରେ ଆପଣଙ୍କୁ ବିଶ୍ୱାସ ହେଉନଥିବ । ତେବେ ପୁରା ଘଟଣାଟି ହେଲା, ଶୁଭଦ୍ରା ଯେତେବେଳେ ନିଜ ପିଲାଙ୍କ ମୁଠେ ଖାଇବାକୁ ଦେବା ପାଇଁ ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ସେତେବେଳେ ଶିକ୍ଷକ ତାଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ହେଲେ ଏହି ସମୟରେ ସେ କହିଥିଲେ ଯେ, ମୁଁ ତୁମ ପାଇଁ କିଛି କରିବାକୁ ଚେଷ୍ଟା କରୁଛି । 

ଏହାପରେ ଶିକ୍ଷକଙ୍କୁ ଜଣକ ସୋସିଆଲ ମିଡିଆ ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଶୁଭଦ୍ରାଙ୍କ ପାଇଁ ଲୋକଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ । ପୋଷ୍ଟରେ ଶୁଭଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ରହିଥିଲା । ସେହି ପୋଷ୍ଟ ଖୁବ୍‌ ଭାଇରାଲ ହୋଇଥିଲା । ଅର୍ଥାତ ଲୋକଙ୍କୁ ଶୁଭଦ୍ରାଙ୍କ ପାଇଁ କରାଯାଇଥିବା ପୋଷ୍ଟ ବିଶ୍ୱାସ ଯୋଗ୍ୟ ହୋଇଥିଲା । ଆଉ ସହୃଦୟ ବ୍ୟକ୍ତିମାନେ ସେହି ଆକାଉଣ୍ଟରେ ନିଜ ସାମର୍ଥ୍ୟ ମୁତାବକ ସହଯୋଗ କରିଥିଲେ । ଯାହାଫଳରେ ମାତ୍ର ଦୁଇ ଦିନ ମଧ୍ୟରେ ୫୧ ଲକ୍ଷ ଟଙ୍କା ସେଥିରେ ଜମା ହୋଇଥିଲା ।

ଏହି ପୋଷ୍ଟ ଯେଉଁ ଶିକ୍ଷକ ଜଣଙ୍କ କରିଥିଲେ ସେ ହେଉଛନ୍ତି ଗିରିଜା ହରିକୁମାର । ସେ କହିଛନ୍ତି, ଯେତେବଳେଳ ମୁଁ ଶୁଭଦ୍ରାଙ୍କ ଘରକୁ ଗଲି ଦେଖିଲି, ତାଙ୍କ ଘରେ ପିଲାଙ୍କ ପାଇଁ ଖାଇବାକୁ ନାହିଁ । ତାଙ୍କ ସ୍ୱାମୀ ଯେଉଁ ଘର ତିଆରି ଆରମ୍ଭ କରିଥିଲେ, ସେ ଚାଲିଯିବା ପରେ ତାହା ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏମିତିକି ଖାଇବା ପାଇଁ ଦୁଇ ମୁଠା ଚାଉଳ ଡାଲି ବି ନାହିଁ । ଗୋଟିଏ ଛୋଟ ବଖରାରେ ମାଆ ପିଲା ସମସ୍ତେ ଏକାଠି ରହୁଛନ୍ତି ଖାଉଛନ୍ତି ଶୋଉଛନ୍ତି ।

ଏହାସହ ଗିରିଜା ଆହୁରି କହିଛନ୍ତି, ‘ଯେତେବେଳେ ମୁଁ ଏହା ପୋଷ୍ଟ କଲି, ସେତେବେଳେ ମୋ ମନରେ ଦୁଇଟି କଥା ଆସିଥିଲା । ପ୍ରଥମଟି ହେଲା ଲୋକଙ୍କଠାରୁ ସହଯୋଗ ମିଳଲେ ଶୁଭଦ୍ରାଙ୍କ ଘର ସମ୍ପୂର୍ଣ୍ଣ ହେବ । ଦ୍ୱିତୀୟଟି ହେଲା ଶୁଭଦ୍ରା ତାଙ୍କ ପିଲାଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇପାରିବେ ଆଉ ପିଲାଙ୍କୁ ପାଠ ପଢ଼ାଇପାରିବେ ।

ଏବେ ଯେଉଁ ୫୧ ଲକ୍ଷ ଟଙ୍କା ତାଙ୍କୁ ମିଳିଛି, ସେଥିରେ ପ୍ରଥମେ ତାଙ୍କର ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହେବ । ଆଉ ତାପରେ  ବାକି ଟଙ୍କା ବ୍ୟାଙ୍କରେ ଜମା ରହିବ । ସେହି ଟଙ୍କାରେ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚଠାରୁ ଆରମ୍ଭ କରି ସେମାନଙ୍କର ଚଳିବା ପାଇଁ ଖର୍ଚ୍ଚ ହେବ ।