Advertisment

ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।

author-image
Satyendu Shekher Mishra
undefined

KBC

ନ୍ୟାସନାଲ ଚ୍ୟାନେଲରେ ଖୋଲିଲା ଓଡ଼ିଶା ଚିଟ୍‌ଫଣ୍ଡ ଦୁର୍ନୀତିର ଗୁମର । KBCରେ ସାରା ଦୁନିଆ ଶୁଣିଲା ରାଜ୍ୟର କଳଙ୍କିତ ଚିଟ୍‌ଫଣ୍ଡ ଦୁର୍ନୀତିର କଳା କାହାଣୀ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏ ଗୁମର ଖୋଲିଛନ୍ତି ଜଣେ ଓଡ଼ିଆ ଟ୍ୟୁସନ ସାର୍ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସୋ’ରେ ବିଗ୍ ବି’ଙ୍କ ସାମ୍ନାରେ ବାଲେଶ୍ୱରର ସେକ୍ ଅଜମତ୍ ନାମକ ଜଣେ ଶିକ୍ଷକ ନିଜ ଜୀବନ କାହାଣୀ ବର୍ଣ୍ଣନା କରି କହିଛନ୍ତି, ସେ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଏହା ସହ ଏକ ଚିଟ୍‌ଫଣ୍ଡ କମ୍ପାନିର ଏଜେଣ୍ଟ ଭାବେ ବି କାମ କରୁଥିଲେ ।

Advertisment

ପିଲାଙ୍କୁ ପାଠ ପଢ଼ାଉଥିବାରୁ ତାଙ୍କୁ ବିଶ୍ୱାସ କରି ବହୁ ଲୋକ ସେମାନଙ୍କ କଷ୍ଟାର୍ଜିତ ଟଙ୍କା ଚିଟ୍‌ଫଣ୍ଡରେ ନିବେଶ କରିଥିଲେ । ହେଲେ ୨୦୧୩ରେ ସେ କାମ କରୁଥିବା ଚିଟ୍‌ଫଣ୍ଡ କମ୍ପାନି ସବୁ ଟଙ୍କା ନେଇ ହଠାତ୍ ଉଭାନ ହୋଇଗଲା। ଲୋକେ ସେମାନଙ୍କ ଟଙ୍କା ଆଉ ଫେରି ପାଇଲେ ନାହିଁ । ଫଳରେ ଯେଉଁ ଲୋକ ତାଙ୍କୁ ପୂର୍ବରୁ ସେକ୍ ସାର୍ ବୋଲି ସମ୍ବୋଧନ କରୁଥିଲେ, ଏହାପରଠୁ ଠକ କହି ଆକ୍ଷେପ କଲେ । ସ୍ଥିତି ଏମିତି ହୋଇଥିଲା ଯେ, ସେ ଆତ୍ମହତ୍ୟା କରିବାକୁ ବି ଭାବିଥିବା କାନ୍ଦି କାନ୍ଦି ବିଗ୍ ବିଙ୍କୁ କହିଥିଲେ ଅଜମତ୍ ।

ଅନ୍ୟପଟେ କ୍ଷୁଦ୍ର ନିବେଶକଙ୍କୁ ଟଙ୍କା ଫେରାଇବା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଯାଏଁ ସେତକ ବି ମିଳି ନଥିବା ଅଜମତ୍ କ୍ଷୋଭର ସହ କହିଛନ୍ତି । 

Advertisment

ଏକଦା ଆତ୍ମହତ୍ୟା ପାଇଁ ବିଚାର କରୁଥିବା ଅଜମତ୍ ଏହି ସୋ'ରେ ୨୫ ଲକ୍ଷ ଟଙ୍କା ଜିତି ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ହେଲେ ତାଙ୍କ ଉପରେ ବିଶ୍ବାସ କରି ଚିଟ୍‌ଫଣ୍ଡରେ ଟଙ୍କା ଖଟାଇ ଯେଉଁମାନେ ସର୍ବସ୍ୱାନ୍ତ ହୋଇଛନ୍ତି, ଆଜି ବି ସେ ସେମାନଙ୍କ ଲାଗି ବେଶ୍ ଚିନ୍ତିତ। ତାଙ୍କ ଜରିଆରେ ବହୁ କ୍ଷୁଦ୍ର ନିବେଶକ ପ୍ରାୟ ୫୦ ଲକ୍ଷ ଟଙ୍କା ଖଟାଇଥିଲେ । ଟଙ୍କା ଫେରି ପାଇବା ଆଶାରେ ସେ ସମସ୍ତଙ୍କର ହିସାବ ଏବେ ବି ନିଜ ପାଖରେ ରଖିଛନ୍ତି।

ନ୍ୟାସନାଲ ଚ୍ୟାନେଲରେ ରାଜ୍ୟ ଚିଟ୍‌ଫଣ୍ଡ ଗୁମର ଖୋଲିବା ପରେ ପୁଣିଥରେ ନିଜ ଜମା ଟଙ୍କା ଫେରିପାଇବା ଲାଗି ଆଶାବାଦୀ ଅଛନ୍ତି ବହୁ କ୍ଷତିଗ୍ରସ୍ତ ଜମାକାରୀ। ରାଜ୍ୟ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ବି ଜମାକାରୀଙ୍କୁ ସେମାନଙ୍କ ଟଙ୍କା ତୁରନ୍ତ ଫେରାଇବା ଲାଗି ଦାବି କରିଛି ।

Chitfund Case KBC
Advertisment
Advertisment