/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675421305.jpg)
12 Moon On Space
ମହାକାଶ, ଗ୍ରହ ଓ ନକ୍ଷତ୍ରଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଛି । ପୃଥିବୀର ଗତି ଓ ପୃଥିବୀର କକ୍ଷପଥ ବିଷୟରେ ବୈଜ୍ଞାନିକ ମାନେ ଅନେକ ସୂଚନା ଦେଇଛନ୍ତି । ହେଲେ ପୁଣି ଥରେ ପୃଥିବୀର କକ୍ଷପଥ ବାହାରେ ବୈଜ୍ଞାନିକ ମାନେ ଆଉ ଏକ ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିବ ।
ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ: ମହାକାଶରେ ତିଆରି ହେବ ହୋଟେଲ, ୪୦୦ ଲୋକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା…
ୱାଶିଂଟନର କାର୍ନେଜ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଥିବା ବେଳେ ନୂତନ ୧୨ଟି ଚନ୍ଦ୍ରର ଆବିଷ୍କାର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ, ଆବିଷ୍କୃତ ହୋଇଥିବା ଏହି ୧୨ଟି ଚନ୍ଦ୍ରର ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଏମପିସି ଦ୍ୱାରା ଏହି ତଥ୍ୟ ପ୍ରକାଶ କରାଯାଇଥିବା ବେଳେ ମାଇନର ପ୍ଲାନେଟ୍ ସେଣ୍ଟର ଇଲେକ୍ଟ୍ରୋନିକ୍ ସର୍କୁଲାରରେ ଏହି ତଥ୍ୟ ପ୍ରକାଶ ପାଇଛି ।
ବୈଜ୍ଞାନିକଙ୍କ ସୂଚନା ଅନୁସାରେ ବୃହସ୍ପତି ହେଉଛି ସବୁଠାରୁ ବଡ଼ ଗ୍ରହ । ହେଲେ ଏବର ନୂତନ ଆବିଷ୍କାରରେ ୧୨ଟି ଚନ୍ଦ୍ର ଆବିଷ୍କାର କରାଯାଇଛି ଏବଂ ଏଗୁଡ଼ିକ ବୃହସ୍ପତି ଚାରିପଟେ ଲକ୍ଷ୍ୟ କରାଯାଇଛି। ଆବିଷ୍କୃତ ଚନ୍ଦ୍ର ଗୁଡ଼ିକ ଆକାରରେ ଛୋଟ ଜଣାଯାଉଥିବା ବେଳେ ସେମାନେ ବହୁ ଦୂରରେ ରହିଛନ୍ତି । ସେମାନଙ୍କ କକ୍ଷପଥର ସମୟ ଅବଧି ୩୪୦ ଦିନ ରହିଥିବା କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)