/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681104038.jpg)
kidnapping case
ଝାରସୁଗୁଡ଼ାରୁ ପୁଣି ଜଣେ ନାବାଳକଙ୍କୁ ଅପହରଣ ଅଭିଯୋଗ । ସମର୍ଥ ଅଗ୍ରୱାଲ୍ ଅପହରଣ ଓ ହତ୍ୟା ମାମଲାକୁ ଦିନ କେଇଁଟା ନବିତୁଣୁ ଆଉ ଏକ ଅଘଟଣ ଘଟିଛି । ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ଗତ ୭ ତାରିଖରୁ ପତ୍ତା ମିଳୁନି । ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି ।
ଗତ ୭ ତାରିଖରେ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ତାଙ୍କର ଧ୍ୟାନ ରଖିବା ପାଇଁ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ରହୁଥିଲେ । ଘରେ ନାବାଳକ ଜଣକ ନିଜ ଭାଇ ସହ ଥିଲାବେଳେ ସେବେଠୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନାବାଳକ ଜଣକ ନିଖୋଜ ହେବା ପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ହେଲେ ତା’ର କୌଣସି ପତ୍ତା ମିଳିନଥିଲା ।
ନାବାଳକର କୌଣସି ଖୋଜଖବର ନମିଳିବା ପରେ ଝାରସୁଗୁଡ଼ା ପୋଲିସରେ ଅଭିଯୋଗ କରିଥିଲେ ପରିବାର ଲୋକ । ଏବେ ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଥିବା ସ୍ପଷ୍ଟ କରିଛନ୍ତି ଝାରସୁଗୁଡ଼ା ଏସପି । ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଅପହରଣକାରୀଙ୍କ ଫୋନ କଲ ଆସି ନଥିବା କୁହାଯାଇଛି।
#ଝାରସୁଗୁଡ଼ାରେ_ପୁଣି_ଅପହରଣ
ଝାରସୁଗୁଡ଼ାରେ ପୁଣି ଜଣେ ନାବାଳକକୁ ଅପହରଣ ଅଭିଯୋଗ । ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ୭ ତାରିଖରୁ ପତ୍ତା ମିଳୁନି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ । #Jharsuguda#OTVpic.twitter.com/k549eYOCOY— ଓଟିଭି (@otvkhabar) April 10, 2023
ପୂର୍ବରୁ ସମର୍ଥ ଅଗ୍ରୱାଲ ଅପହରଣ ଓ ପରେ ହତ୍ୟା କରାଯାଇଥିଲା, ଯାହାକୁ ନେଇ ସାରା ରାଜ୍ୟରେ ଝାରସୁଗୁଡ଼ାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ପୁଣି ଜଣେ ନାବାଳକ ନିଖୋଜ ହେବା ପରେ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)