Advertisment

ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍ ? କେଉଁଠି ନିୟମିତ ଗଡୁନି, କେଉଁଠି ବସ୍ ଫାଙ୍କା

ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।

author-image
Satyendu Shekher Mishra
undefined

Bus Service

ଅପହଂଚ, ଉପାନ୍ତ ଓ ଦୁର୍ଗମ ଅଂଚଳ ସହ ଗାଁ ଗାଁରେ ଲୋକଙ୍କୁ ଯାତାୟତର ସୁବିଧା ଦେବାକୁ ସରକାର ଆରମ୍ଭ କରିଛନ୍ତି ଲକ୍ଷ୍ମୀ ବସ୍ । ଉଦ୍ଦେଶ୍ୟ, ପଂଚାୟତରୁ ବ୍ଳକ୍ ଯାଏଁ ଲୋକଙ୍କୁ ହାତ ପାଆନ୍ତାରେ, ସ୍ୱଳ୍ପ ଖର୍ଚ୍ଚରେ ଗମନା ଗମନର ସୁବିଧା ଯୋଗାଇଦେବା । ହେଲେ ସରକାରଙ୍କ ଏହି ବହୁ ଆଡମ୍ବରେ ଯେମିତି ଲଘୁକ୍ରିୟାରେ ପରିଣତ ହୋଇଛି ।

Advertisment

କୋରାପୁଟର ନାରାୟଣପାଟଣାରେ ବସ୍ ଭିତରେ ଠେଲା ପେଲା ସ୍ଥିତି । ଅମ୍ଭଳାଳ ଭିଡ। ଆଉ ଏହି ଭିଡ ପଛର କାରଣ ହେଉଛି, ପୁରା ବ୍ଳକରେ ଚାଲୁଛି ଗୋଟିଏ ମାତ୍ର ବସ୍ । ସେଥିରେ ପିଲାଠୁ ବୁଢା ହାଉଯାଉ ।

ସେପଟେ ଜୟପୁର ଜିଲ୍ଲାର ବୋରିଗୁମା ଓ କୋଟପାଡରେ ସ୍ଥିତି ଟିକେ ଅଲଗା । ବସ୍ ବହୁତ ଅଛି, ହେଲେ ଲୋକ ନାହାଁନ୍ତି । କାରଣ, ସବୁଠି ରହୁନି ବସ୍ । ଘରୋଇ ବସ୍ ମାଲିକଙ୍କ ନାଲି ଆଖି ଯୋଗୁଁ ବସ୍ ଖାଲି ଯାଉଛି ସିନା ମୁଖ୍ୟ ରାସ୍ତାରେ ବି ରଖୁନି । ବସ୍ ଫାଙ୍କା ପଡିିବା ପଛରେ ଆଉ ଏକ କାରଣ ବି ରହିଛି। ଲୋକଙ୍କ ଅଭିଯୋଗ, ବସ୍ ନିୟମିତ ଗଡୁନି, ଏପରିକି ଯେଉଁଠି ରହିବା କଥା ସେଠାରେ ବି ରଖୁନି, ତେଣୁ ଅଧିକ ଭଡା ଦେଇ ଘରୋଇ ବସରେ ଯିବା ଛଡା ଅନ୍ୟ ବାଟ ନାହିଁ ।

Advertisment

ନବରଙ୍ଗପୁରରେ ମାସେ ହେଲାଣି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲାଣି । ଜିଲ୍ଲାରେ ୪୪ଟି ବସ୍ ଗଡୁଛି । ଯାତ୍ରୀ କମ୍ କିନ୍ତୁ ସେଥିରେ ବି ଅସନ୍ତୋଷ । ପଂଚାୟତରୁ ଗାଁ ଗାଁ ଦେଇ ବସ୍ ବ୍ଳକକୁ ଯିବା କଥା। ହେଲେ ଏଠି ଅଭିଯୋଗ, ବସ୍ ଗାଁକୁ ନଯାଇ ସିଧାସଳଖ ମୁଖ୍ୟ ରାସ୍ତା ଦେଇ ଯାଉଛି। ଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି ।

ବସ୍ ଚଳାଚଳର ବାସ୍ତବ ସ୍ଥିତି ଜାଣିବାକୁ ଆମେ ନବରଙ୍ଗପୁରରୁ ବଡମସିଗାଁ ଯାଉଥିବା ଲକ୍ଷ୍ମୀ ବସରେ ଚଢିଥିଲୁ। ବସଟି ହିର୍ଲି, ପୂଜାରୀଗୁଡା ଓ ମେଞ୍ଜର ଦେଇ ବଡମସିଗାଁ ଯିବା କଥା ହେଲେ ରାସ୍ତାରେ ଅଗ୍ନିପୁର ପଂଚାୟତର ୬ଟି ଗାଁକୁ ଛୁଇଁନଥିଲା।

ଚିତ୍ରକୋଣ୍ଡାରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ମାଲକାନଗିରିରେ ବି ସ୍ଥିତି ସେତେଟା ଉତ୍ସାହଜନକ ନୁହେଁ । ଜିଲ୍ଲାର ଚିତ୍ରକୋଣ୍ଡାରେ ବସ୍ ଅଛି ହେଲେ ଯାତାୟତର ସମୟ ନାହିଁ। ନା ଠିକ ସମୟରେ ବସ୍ ଗଡୁଛି ନା ନିୟମିତ ଯାଉଛି, ଫଳରେ ଲୋକେ ଅଧିକ ଟଙ୍କା ଦେଇ ବେସରକାରୀ ବସ୍ ଓ ଅଟୋରେ ଯାଆସ କରୁଛନ୍ତି ।

ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଜିଲ୍ଲା ପରେ ଜିଲ୍ଲାକୁ ଡେଉଁଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା। ହେଲେ ସରକାରଙ୍କ ଏହି ସେବାକୁ ନେଇ ଥମୁନି ଅସନ୍ତୋଷ।

Bus Service
Advertisment
Advertisment