Advertisment

ସାତକୋଶିଆ-ଭିତରକନିକାରେ ବଢ଼ିଛି କୁମ୍ଭୀର ସଂଖ୍ୟା, କମିଛି ପକ୍ଷୀ

ସାତକୋଶିଆରେ ବଢ଼ିଲା କୁମ୍ଭୀର ସଂଖ୍ୟା ସାତକୋଶିଆରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି

author-image
Satyendu Shekher Mishra
Satakosia

Satakosia

ସାତକୋଶିଆରେ ବଢ଼ିଲା କୁମ୍ଭୀର ସଂଖ୍ୟା। ଗତବର୍ଷ ମଗର ୮୧ ଓ ଘଡ଼ିଆଳ ୭ ଥିବାବେଳେ ଚଳିତବର୍ଷ ମଗର ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ସେହିପରି ଘଡ଼ିଆଳ ସଂଖ୍ୟା ୧୪ ଥିବା ସୂଚନା ଦେଇଛନ୍ତି ସାତକୋଶିଆ DFO ସରୋଜ କୁମାର ପଣ୍ଡା । ସେପଟେ ସାତକୋଶିଆରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ପ୍ରାୟ ୩୮୦୦ ପକ୍ଷୀ ଥିବାବେଳେ ଚଳିତ ବର୍ଷ ପ୍ରାୟ ୮୧ ପ୍ରଜାତିର ୩ ହଜାର ୩୩୦ ପକ୍ଷୀ ଥିବା ଜଣାପଡ଼ିଛି । ଚଳିତ ମାସ ୬ରୁ ୮ ତାରିଖ ଯାଏଁ
କୁମ୍ଭୀର ଏବଂ ୧୦ତାରିଖରେ ହୋଇଥିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ ।

Advertisment

ସେପଟେ ଭିତରକନିକା ଅଭୟାରଣ୍ୟରେ ବି କୁମ୍ଭୀର ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୮ଟି କୁମ୍ଭୀର ବଢ଼ିଛନ୍ତି । କୁମ୍ଭୀର ବୃଦ୍ଧି ଗଣନା ପରେ ଡିଏଫ୍‌ଓ ସୁଦର୍ଶନ ଗୋପିନାଥ ଯାଦବ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଭିତରକନିକାରେ ୧, ୭୯୩ କୁମ୍ଭୀର ଥିଲା। ଏବେ ଏହି ସଂଖ୍ୟା ୧, ୮୧୧ରେ ପହଞ୍ଚିଛି। ଭିତରକନିକାରେ କୁମ୍ଭୀର ଗଣନା ଲାଗି ୨୨ଟି ଟିମ୍ ନିୟୋେଜିତ ହୋଇଥିଲେ। ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା ହୋଇଥିଲା।

Advertisment

Satakosia Crocodile
Advertisment
Advertisment