Advertisment

ଏମିତି ଏକ ଦେଶ ଯେଉଁଠି ଘଟେନି ଅପରାଧ...ବନ୍ଧୁକ ରଖେନି ପୋଲିସ!

ଏଠାରେ ଅପରାଧ ହ୍ରାସ ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମାନତା । ଏଠାରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ମଧ୍ୟରେ ପାର୍ଥକ୍ୟ ଖୁବକମ୍ । ଟଙ୍କା ପାଇଁ କୌଣସି ମାରପିଟ୍ ହୁଏନାହିଁ ।

author-image
Sonali Ojha
Iceland

Iceland

ପ୍ରତିଦନି ଅପରାଧ ଘଟୁଛି। ଏଥିପାଇଁ ଦୁନିଆର ଅଧିକାଂଶ ଦେଶ ଚିନ୍ତାରେ। କେବଳ ଏତିକି ନୁହେଁ ଅପରାଧକୁ ରୋକିବା ପାଇଁ ସରକାର ଅନେକ ଚେଷ୍ଟା କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ଦେଶ ଅଛି ଯେଉଁଠାରେ ଆଦୌ ଅପରାଧ ହୁଏ ନାହିଁ। ଏଠାକାର ପୋଲିସ ମଧ୍ୟ ବନ୍ଧୁକ କିମ୍ୱା ଅନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରେନାହିଁ। ଆସନ୍ତୁ ଜାଣିବା ଏହି ଦେଶ କେଉଁଠାରେ ଅଛି ।

Advertisment

ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଆଦୌ ଅପରାଧ ହୁଏନି।ଏହି ଦେଶରେ ଅପରାଧ ହାର ଏତେ କମ୍ ଯେ ପୋଲିସ ଏଠାରେ ବନ୍ଧୁକ ମଧ୍ୟ ରଖେ ନାହିଁ। ଯଦିଓ SWAT ଦଳର ଅସ୍ତ୍ର ଅଛି, ସେମାନେ ବର୍ଷ ବର୍ଷ ଧରି ଏହାକୁ କ୍ୱଚିତ୍ ବ୍ୟବହାର କରନ୍ତି । ଏଠାରେ ପ୍ରତି ତିନି ନାଗରିକଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଅଛି । କିନ୍ତୁ ବର୍ଷ ତମାମ ହତ୍ୟା ଭଳି ଗୋଟିଏ କିମ୍ବା ଦୁଇଟି ଅପରାଧ ଘଟିଥାଏ। ଏଠାକାର ଲୋକମାନେ ଦୁଷ୍କର୍ମ, ଚୋରି କିମ୍ବା ଡକାୟତି ଜାଣିନଥିବା ପରି ମନେହୁଏ।

ଆଇସଲ୍ୟାଣ୍ଡର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପିଲାମାନଙ୍କୁ ସେମାନଙ୍କର ପିତାମାତା ବାହାରେ ଛାଡିଥା’ନ୍ତି । ସେମାନଙ୍କୁ ଏଥିପାଇଁ କୌଣସି ଚିନ୍ତା ନଥାଏ। ସେହିପରି ଲୋକମାନେ ଅପରିଚିତ ବ୍ୟକ୍ତିଙ୍କ କାରରେ ବସି ଯେକୌଣସି ସ୍ଥାନକୁ ଯାଆନ୍ତି ।

Advertisment

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଅପରାଧ ହ୍ରାସ ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମାନତା । ଏଠାରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ମଧ୍ୟରେ ପାର୍ଥକ୍ୟ ଖୁବକମ୍ । ଟଙ୍କା ପାଇଁ କୌଣସି ମାରପିଟ୍ ହୁଏନାହିଁ । ଏହି ଦେଶରେ ଶିଳ୍ପପତିଙ୍କ ପିଲାମାନେ ମଧ୍ୟ ସାଧାରଣ ପିଲାମାନଙ୍କ ପରି ବିଦ୍ୟାଳୟକୁ ଯାଆନ୍ତି ଏବଂ ଏଠାରେ ଏକ ମାସର ଭଡା ଅପେକ୍ଷା ଏକ କଲେଜ ଡିଗ୍ରୀ କମ୍ ମହଙ୍ଗା । ପ୍ରତ୍ୟେକ ନାଗରିକ ଯେକୌଣସି ଚାକିରିରେ ନିୟୋଜିତ।

ତେବେ ଆଗ୍ନେୟଗିରି ପାଇଁ ଆଇସଲ୍ୟାଣ୍ଡ ଜଣାଶୁଣା । ଏଠାରେ ତିନି ଲକ୍ଷରୁ ଅଧିକ ଲୋକ ବାସ କରନ୍ତି ।ଏଠାରେ ଥିବା ମହିଳାମାନେ ମୁଖ୍ୟତଃ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏଥିପାଇଁ ଏହାକୁ ଫେମିନିଷ୍ଟ ହେଭେନ୍ ବୋଲି କୁହାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅକ୍ଟୋବର ୨୦୨୩ ରେ ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ୍ ୟାକୋବସଡୋଟୀର ଦେଶର ଅନ୍ୟ ମହିଳାମାନଙ୍କ ସହ ଏକ ଦିନିଆ ଧର୍ମଘଟ କରିଥିଲେ। ତାଙ୍କ କ୍ୟାବିନେଟରେ ଥିବା କୌଣସି ମହିଳା ମନ୍ତ୍ରୀ କୌଣସି କାମ କରିନଥିଲେ। ସେତେବେଳେ ମହିଳାମାନେ ପାରିଶ୍ରମିକରେ ଅସମାନତା ଏବଂ ଲିଙ୍ଗ ଭିତ୍ତିକ ହିଂସାକୁ ବିରୋଧରେ କରିଥିଲେ।

Police
Advertisment
Advertisment