• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ଅବଧି ବଢ଼ାଇଲେ ସରକାର । ଆଉ ମାସେ ଅବଧି ବଢ଼ାଇବାକୁ ପରିବହନ ବିଭାଗ ନେଇଛି ନିଷ୍ପତ୍ତି । ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର । ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ମିଳିବ । ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ । ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ହେଉଛି ଶେଷ ତାରିଖ ।

ତେବେ ପୂର୍ବରୁ ମଧ୍ୟ ଥରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବଢ଼ିଥିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଅବଧିକୁ ମାସେ ବଢ଼ାଇଥିଲେ ସରକାର । ଲୋକଙ୍କ ସୁବିଧା ପାଇଁ ଡେଡଲାଇନ୍ ବଢ଼ାଯାଇଛି ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ତେବେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ ଲୋକେ । ସେମାନଙ୍କ ଦାବି ଥିଲା ଅବଧି ଆହୁରି ବଢାଯାଉ, ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯାଉ, ତାପରେ ନିୟମ କଡ଼ାକଡି କରନ୍ତୁ ସରକାର ।

ତେବେ ଗାଡ଼ି ଚାଳକ ଓ ମାଲିକ କହିଛନ୍ତି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ମାସେ ପର୍ଯ୍ୟାପ୍ତ ସମୟ ନୁହେଁ । ପ୍ରଥମେ ସରକାର ଏଥିପାଇଁ ଭିତ୍ତିଭୂମି ସଜାଡ଼ନ୍ତୁ, ଲୋକଙ୍କୁ ସଚେତନ କରାନ୍ତୁ, ତାହାପରେ ହାଇସିକ୍ୟୁରିଟି ନିୟମ ଲାଗୁ କରିବେ ।