• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶିଷ୍ଟ ଶିଳ୍ପପତି ତଥା ଭାରତର ସବୁଠୁ ଧନୀ ମୁକେଶ ଅବମ୍ବାନୀଙ୍କୁ କିଏ ଅବା ନଜାଣେ । ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାଏ ଅମ୍ବାନୀ ପରିବାର । କେତେବେଳେ ମୁକେଶଙ୍କ ପୁଅଙ୍କ ବାହାଘର ତ ପୁଣି କେତେବେଳେ ନିଜେ ମୁକେଶ ଓ ନିଜପତ୍ନୀଙ୍କ ଖର୍ଚ୍ଚକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି ଅମ୍ବାନୀ । ହେଲେ ବର୍ତ୍ତମାନ ଆଉ ଏକ ନୂଆ କଥାକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି ମୁକେଶ ଅମ୍ବାନୀ ।

ଅମ୍ବାନୀଙ୍କ ପୂରା ପରିବାର ରହୁଥିବା ଘରର ଦାମ୍‌କୁ ନେଇ ଚର୍ଚ୍ଚା। ଆଣ୍ଟିଲିଆ ନାମକ ଏକ ଘରେ ରହୁଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର । ଯେଉଁଠାରେ ମୁକେଶଙ୍କ ସହ ନୀତା ଅମ୍ବାନୀ, ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ, ଶ୍ଲୋକା ଅମ୍ବାନୀ ଏବଂ ପ୍ରୀତି ଅମ୍ବାନୀ ମଧ୍ୟ ରହୁଛନ୍ତି । ଏହି ଘର ୨୭ ମହଲା ବିଶିଷ୍ଟ ରହିଛି ।

ଅଧିକ ପଢ଼ନ୍ତୁ: ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ପିଲା ବିଦେଶରେ ପାଠ ପଢ଼ନ୍ତି !

୨୦୧୨ରୁ ଅମ୍ବାନୀ ପରିବାର ଆଣ୍ଟିଲିଆରେ ରହିଆସୁଛନ୍ତି । ବର୍ତ୍ତମାନ ଏହି ଘରର ମୂଲ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ରହିଛି । ଆଣ୍ଟିଲିଆର ସାଜସଜ୍ଜା, ଗ୍ରାଣ୍ଡ ପାର୍ଟି ପରି ବିଭିନ୍ନ କାରଣକୁ ନେଇ ସବୁବେଳେ ଖବରରେ ରହିଥାଏ । ଇଣ୍ଟରନେଟ୍‌ରେ ଏହି ଘର ଭିତରର ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହି ବିଲ୍ଡିଂରେ ମଲ୍ଟି କାର୍‌ ପାର୍କିଂ, ୯ଟି ହାଇ ସ୍ପିଡ୍‌ ଲିଫ୍ଟି ରହିଛି । ଆଣ୍ଟିଲିଆରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ସୁଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଣ୍ଟିଲିଆରେ ମିଳୁଥିବା ସୁବିଧା ବିଷୟରେ ପ୍ରାୟ ଅମ୍ୱାନୀ ପରିବାରର ଅନୁଗାମୀମାନେ ଜାଣିଛନ୍ତି । ହେଲେ ଆଣ୍ଟିଲିଆର ପ୍ରକୃତ ଅର୍ଥ କ’ଣ କେହି ଜାଣିନାହାନ୍ତି । ତେବେ ଆସନ୍ତୁ ଜାଣିବା ଆଣ୍ଟିଲିଆର ଅର୍ଥ ବିଷୟରେ...

ଆଣ୍ଟିଲିଆ ହେଉଛି ଏକ ଦ୍ୱିପର ନାଁ । ଯାହାକି ୧୫ ଶତାବ୍ଦୀରେ ଅନେକ ମାନଚିତ୍ରରେ ଦେଖିବାକୁ ମିଳିଥିଲା । ଏହି ଦ୍ୱୀପକୁ ୭ଟି ସହରର ଦ୍ୱୀପ ବୋଲି କୁହାଯାଉଥିଲା । ସେହି ଅନୁଯାୟୀ ଆମ୍ବାନୀଙ୍କ ଘରର ନାଁ ଆଣ୍ଟିଲିଆ ବୋଲି କୁହାଯାଏ। ଅମ୍ବାନୀ ପରିବାରର ଏହି ଘର ଆଣ୍ଟିଲିଆକୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର କରାଯାଇଛି । ହିରଶ ବେଡନର୍ ଆସୋସିଏଟ୍ସ ଦ୍ୱାରା ଆଣ୍ଟିଲିଆର ଡିଜାଇନ୍ କରାଯାଇଛି । ଏହି ଘରର ନିର୍ମାଣ କାର୍ଯ୍ୟ ୨୦୦୬ରେ ଆରମ୍ଭ ହୋଇଥିବାବେଳେ ଏହାର କାର୍ଯ୍ୟ ଶେଷ କରିବାକୁ ୬ ବର୍ଷ ଲାଗିଥିଲା ।

ଦେଖନ୍ତୁ ଭିଡିଓ | ଏଇଥି ପାଇଁ ୨ ବର୍ଷ ହେଲା ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ