• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀହୀନ ହୋଇପଡିଛି ଓଡ଼ିଶାର ଶିଳ୍ପନଗରୀ ଭାବେ ଜଣାଶୁଣା ଚୌଦ୍ବାର । ଓଟିଏମରେ ତାଲା, କାଗଜ କଳରେ ବି ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା । ଏପରି ଅବସ୍ଥାରେ ପଡ଼ି ରହିଛି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଦିନେ ବିକଶିତ ହୋଇଥିବା ଶିଳ୍ପନଗରୀ ଚୌଦ୍ବାର ସହର ।

କମ୍ପାନୀର ମେସିନ ଗୁଡ଼ିକରେ କଳଙ୍କ ଲାଗିଲାଣି, କେଉଁଠି ଭୂତକୋଠିର ଭ୍ରମ ତ କେଉଁଠି ନିଶାଡ଼ିଙ୍କ ଆଡ୍ଡା ପାଲଟିଛି କମ୍ପାନୀ ଗୃହ । ୨୦୦୧ ମସିହାରେ OTM ବନ୍ଦ ହେଲା , ଶ୍ରମିକ ମାନେ ବେକାର ହେଲେ, ତେବେ ଏବେ ସେମାନେ ରହୁଥିବା କ୍ବାଟର ଓ ଜମି ହରାଇବା ଆଶଙ୍କା ତାଙ୍କୁ ମାନସିକ ସ୍ତରରରେ ଦୋହଲାଇ ଦେଇଛି । 

ଅନ୍ୟପଟେ ଜରାଜୀର୍ଣ୍ଣ ହୋଇ ପଡିରହିଛି ଅନ୍ୟ ଏକ ବଡ଼ କାରଖାନା ଟିପିଏମ୍ । ୧୯୬୦ ମସିହାରେ ଏହି କମ୍ପାନୀ ସ୍ଥାପନ ହୋଇଥିଲା । ଆଉ ୧୯୯୦ ମସିହାରେ ସ୍ବର୍ଗତ ବିଜୁପଟ୍ଟନାୟକ ଏହି କମ୍ପାନୀକୁ ୩ୟ ପାର୍ଟିକୁ ହସ୍ତାନ୍ତର କରିଥିଲେ । ତେବେ ଏହାକୁ ବିରୋଧ କରି ଶ୍ରମିକ ମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏବେ ଏହି କମ୍ପାନୀ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଲିବ୍ରା କାର୍ପେଟର ମଧ୍ୟ ସମାନ ଅବସ୍ଥା ।

ଅନ୍ୟପଟେ ଏନେଇ ଭିନ୍ନ ମତ ରଖିଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ। ସରକାର ଓଟିଏମ ଶ୍ରମିକ ରହୁଥିବା ଘରକୁ ବିକ୍ରି କରିବେନି, ଏବଂ ଆଗାମୀ ଦିନରେ ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେବ ବୋଲି ସେ କହିଛନ୍ତି । 

ଆଗକୁ ନିର୍ବାଚନ ଅଛି । ଏଣୁ ନିର୍ବାଚନ ପୂର୍ବରୁ ଚୌଦ୍ବାର ଶିଳ୍ପାଞ୍ଚଳର ଶ୍ରମିକ ପରିବାରକୁ ମିଳୁଛି ଅନେକ ପ୍ରତିଶ୍ରୁତି । କିନ୍ତୁ ନିର୍ବାଚନ ସରିଗଲେ ଯେସାକୁ ତେସା । ଦେଖାଯାଉ ପ୍ରତିଶ୍ରୁତିରେ ପୋତି ପକାଇଥିବା ସରକାର ଆଗକୁ ଶିଳ୍ପନଗରୀ ଚୌଦ୍ବାରକୁ କି ରୂପ ଦେଉଛନ୍ତି ।