/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666094515.jpg)
Guinness Book Of World Records
ସୋମବାର ! ଛୁଟି ପରର ପ୍ରଥମ କାର୍ଯ୍ୟଦିବସ । ସ୍କୁଲ ହେଉ କି ଅଫିସ୍, ସୋମବାର ଉପସ୍ଥିତ ରହିବା ଅନିବାର୍ଯ୍ୟ । ଛୁଟି ମାରିବାର କୌଣସି ସୁଯୋଗ ନଥାଏ । ଆଉ ସେଇଥି ପାଇଁ ବୋଧହୁଏ ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book Of World Records) । ଏନେଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଆଉ ସେହି ଟ୍ୱିଟ୍କୁ ନେଇ ସୋସିଆଲ ମିଡିଆ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗିନିଜ ୱାର୍ଲ୍ଡ ରେକର୍ଡ ଟ୍ୱିଟ୍ କରିବା ପରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତ, ବହୁ ଡେରିରେ ଏହି ଘୋଷଣା କରାଯାଇଛି । ଆଉ ଏହାରରେ ଉତ୍ତରରେ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଲେଖାଯାଇଛି, ସମ୍ପୂର୍ଣ୍ଣ ଠିକ୍ କଥା । ସେହିପରି ଆଉ କିଛି ୟୁଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । କିଏ ମଙ୍ଗଳବାର ତ କିଏ ବୁଧବାର ବୋଲି କହିଛି । ସପ୍ତାହର ଖରାପ ଦିନକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି ।
ଶନିବାର ଏବଂ ରବିବାର ପରେ ଆସେ, ସୋମବାର । ଅର୍ଥାତ୍ ଦୁଇଟି ଛୁଟି ପରେ ଆସେ ଏହି ବାର । ଛୁଟି ପରଦିନ ଥିବା ଲୋକମାନେ ଅଫିସ୍ କିମ୍ବା ଅନ୍ୟାନ୍ୟ କାମ କରିବାକୁ ଅଳସୁଆ ଅନୁଭବ କରନ୍ତି । କେବଳ ଏତିକି ନୁହେଁ, ଅନେକ ଥର ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଲେଖିଛନ୍ତି ଯେ ସୋମବାର ସବୁଠାରୁ ଖରାପ ଦିନ । ଏହାକୁ ଧ୍ୟାନରେ ରଖି ଗିନିଜ ବୁକ୍ ଏହି ଘୋଷଣା କରିଛି ।
ଗିନିଜ ୱାର୍ଲ୍ଡ ରେକର୍ଡର ଟ୍ୱିଟର ହ୍ୟାଣ୍ଡେଲରେ ୪ ଲକ୍ଷ ୬୪ ହଜାର ଫଲୋଅର୍ସ ଅଛନ୍ତି । ଗିନିଜ ୱାର୍ଲ୍ଡ ରେକର୍ଡର ଏହି ଟ୍ୱିଟକୁ ୪ ଲକ୍ଷ ଲୋକ ଲାଇକ୍ କରିବା ସହ ଏହାକୁ ୭୭ ହଜାର ଲୋକ ରିଟ୍ୱିଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)