ମାର୍କେଟରେ ଅଚାନକ ବଢିଛିି ଅଦା ରସୁଣର ଦର । ମେ’ ମାସରେ ଅଦା ଏବଂ ରସୁଣର ଦର କିଲୋ ପିଛା ସାଧାରଣତଃ ୪୦ ରୁ ୫୦ ଟଙ୍କା ଭିତରେ ରହିଥାଏ । କିନ୍ତୁ ଏବେ ହୋଲସେଲ୍ ରେଟ୍ ଅଦା କିଲୋ ପ୍ରତି ୨୦୦ଟଙ୍କା ରହିଥିବା ବେଳେ ରସୁଣ ଦର ୧୦୦ଟଙ୍କା ରହିଛି । ଏଥିଯୋଗୁଁ ଗ୍ରାହକମାନେ ଅଦା, ରସୁଣ କିଣିବା ପୂର୍ବରୁ ଅନେକ ଥର ଭାବୁଛନ୍ତି । ଏପରିକି ଆବଶ୍ୟକତା ଠାରୁ କମ୍ କିଣିବାକୁ ବାଧ୍ୟ ହେଉଛନ୍ତି । ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।