Advertisment

ରାଷ୍ଟ୍ରପତି ମୋ ସାଙ୍ଗ; ଆମେ ଏକାଠି ରହୁଥିଲୁ-ଖାଉଥିଲୁ-ନାଚୁଥିଲୁ, ଥରେ ଦେଖା ହୋଇଯାଉ ଖାଲି...

ସାଙ୍ଗ ହୋଇ ଖାଉଥିଲେ, ନାଚୁଥିଲେ ଏବଂ ଶୋଉଥିଲେ ।

author-image
Satyendu Shekher Mishra
Draupadi Murmu

Draupadi Murmu

ମୋ ସାଙ୍ଗ ହେଲେ ଭାରତର ରାଷ୍ଟ୍ରପତି । ଆମେ ଏକାଠି ପଢ଼ିଛୁ । ଗୋଟିଏ କୋଠରୀରେ ରହିଛୁ । ଗୀତ ଗାଇଛୁ, ନାଚିଛୁ ମଧ୍ୟ । ହେଲେ ଏସବୁ ଆଜି କେବଳ ଫଟୋରେ ସ୍ମୃତି ହୋଇ ରହିଛି । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ ବେଳର ସାଙ୍ଗ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ଗୌରୀ ମଲ୍ଲିକ । ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ କ୍ୟାପିଟାଲ ୟୁନିଟ ୨ ଗାର୍ଲ୍ସ ହାଇସ୍କୁଲର ଆଦିବାସୀ ହଷ୍ଟେଲରେ ଏକାଠି ପାଠ ପଢିଥିଲେ । ଆର୍ଥିକ ଅଭାବ ସହିତ ଯୋଗାଯୋଗ ନଥିବାରୁ କେବେ ଦେଖା ହୋଇ ପାରିନି । ଏବେ ଆଶା ରଖିଛନ୍ତି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବେଳେ ତାଙ୍କୁ ଟିକେ ଭେଟିବାର ସୁଯୋଗ ଦେବେ ବୋଲି ।

Advertisment

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଏବେ ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଦୁର୍ଗାପୁର ଗାଁ । କାରଣ ଏହି ଗାଁର ଗୋବିନ୍ଦ ମଲ୍ଲିକଙ୍କ ସହଧର୍ମିଣୀ ଗୌରୀ ମଲ୍ଲିକ ହେଉଛନ୍ତି ରାଷ୍ଟ୍ରପତିଙ୍କର ସ୍କୁଲ ବେଳର ସାଙ୍ଗ । ୧୯୭୧ ମସିହାରୁ ୭୪ ମସିହା ପର୍ଯ୍ୟନ୍ତ ଗୌରୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ୟାପିଟାଲ ୟୁନିଟ ୨ ଗାର୍ଲ୍ସ ହାଇସ୍କୁଲର ଆଦିବାସୀ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ସାଙ୍ଗ ହୋଇ ଖାଉଥିଲେ, ନାଚୁଥିଲେ ଏବଂ ଶୋଉଥିଲେ ।

ଏକାଦଶ ପଢା ସରିବାପରେ ଗୌରୀ ଆଉ ପାଠ ପଢିପାରି ନଥିଲେ । ଆଉ ଦୁର୍ଗାପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କୁ ବିବାହ କରି ଏହି ଗାଁର ବୋହୂ ହୋଇଗଲେ । ସେଦିନର ସବୁ କିଛି ଏବେ କେବଳ ଏହି କଳା ଧଳା ଵନ୍ଧେଇ ଫଟୋରେ ସ୍ମୃତି ହୋଇ ରହିଛି । ହେଲେ ଏତେ ଆତ୍ମିୟତା ଥିଲେ ମଧ୍ୟ ପରିବାର ବୋଝ, ଆର୍ଥିକ ଅନଟନ ଏବଂ ଯୋଗାଯୋଗ ନଥିବାରୁ କେବେ ବି ଦ୍ରୌପଦୀଙ୍କ ସହିତ ସାକ୍ଷାତର ସୁଯୋଗ ପାଇନାହାଁନ୍ତି । କେବଳ ସାଙ୍ଗଙ୍କୁ ଟିଭିରେ ଦେଖି ଗର୍ବ ଅନୁଭବ କରନ୍ତି ।

Advertisment

ଏହା ଭିତରେ ବିଭିନ୍ନ ପ୍ରକାରର ଶାରୀରିକ ଅସୁସ୍ଥତା ବଢ଼ିଯାଇଛି ଗୌରୀଙ୍କର। କିନ୍ତୁ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ହେବାର ଆଶା ଛାଡି ନାହାଁନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ତାଙ୍କ ସାଙ୍ଗ ମାନଙ୍କୁ ଭେଟୁଛନ୍ତି। ତେଣୁ ତାଙ୍କୁ କେମିତି ଥରେ ଦେଖା କରିବାକୁ ପରିବାର ପାଖରେ ଇଛା ରଖିଛନ୍ତି। ଆଉ ତାଙ୍କର ବିଶ୍ୱାସ, ରାଷ୍ଟ୍ରପତି ତାଙ୍କୁ ନିଶ୍ଚିତ ଚିହ୍ନିବେ। 

President Of India Droupadi Murmu
Advertisment
Advertisment