/odishatv-khabar/media/post_attachments/uploadimage/library/16_9/16_9_0/Fishing_1681526160.jpg)
Fishing
ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏଁ ୬୧ ଦିନ ପାଇଁ ଓଡିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହୋଇଛି କଟକଣା । ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଛନ୍ତି ନିଷେଧାଦେଶ । ଅଣଯନ୍ତ୍ରଚାଳିତ ପାରମ୍ପରିକ ଡଙ୍ଗାକୁ କେନ୍ଦ୍ର ସରକାର ମାଛ ଧରିବା ପାଇଁ ଅନୁମତି ଦେଇଛନ୍ତି । ହେଲେ ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)