• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହଳଦି ରଙ୍ଗର ଛନଛନିଆ ଧାନ କ୍ଷେତ । ତାକୁ ଦେଖିଲେ ଯେକୌଣସି ଲୋକର ମନ ଖୁସି ହୋଇଯିବ । ହେଲେ ଏହାକୁ ଯିଏ ଏତେ କଷ୍ଟର ବଢ଼ାଇଛି, ସେହି ଚାଷୀର ମନ କିନ୍ତୁ ଦୁଃଖ । କାହିଁକି ନା, ଏବେ ଜୋରସୋରରେ ଚାଲିଛି ଫସଲ ଅମଳ । କିଏ ମେସିନ ଲଗାଇ ତ କିଏ ମୁଲିଆ ଲଗାଇ ଧାନ କାଟିବାରେ ବ୍ୟସ୍ତ । ହେଲେ ଅମଳ ଧାନକୁ କାହାକୁ ବିକିବେ ଚିନ୍ତା ଘାରିଛି ।

ବାଲେଶ୍ୱର ଜିଲ୍ଲା ସୋର, ସିମୁଳିଆ ଓ ବାହାନଗା ଅଞ୍ଚଳରେ ଏବେ ଯାଏଁ ମଣ୍ଡି ଖୋଲିନଥିବାରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ବେପାରୀଙ୍କୁ କ୍ୱିଣ୍ଟାଲ ପିଛା ମାତ୍ର ୧୩ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି ଚାଷୀ । ସେପଟେ ସମବାୟ ସମିତି ସମ୍ପାଦକ କହିଛନ୍ତି, ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଆସିନି । ଅନ୍ୟପଟେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ କିନ୍ତୁ ଗତ ୨ ତାରିଖରୁ ଖୋଲିଲାଣି ମଣ୍ଡି । ହେଲେ ଏଯାଏଁ ଧାନ କିଣିବାକୁ ମିଲରଙ୍କ ଦେଖାନାହିଁ । ଫଳରେ ଅମଳ ଫସଲ ଧରି ଖୋଲା ଆକାଶ ତଳେ ମିଲରଙ୍କ ବାଟକୁ ଚାହିଁ ବସିଛି ଚାଷୀ । ସେହିପରି ବ୍ଲକର କିଛି ସ୍ଥାନରେ କଟନୀ-ଛଟନୀ କରାଯାଉଥିବା ନେଇ ମଧ୍ୟ ହୋଇଛି ଅଭିଯୋଗ ।

ଚାଷ ଆରମ୍ଭରୁ ବିହନ ଓ ସାର ଚିନ୍ତା । କେଣ୍ଡା ଧରିଲା ବେଳକୁ ରୋଗପୋକ ଆଉ ଏବେ ଅମଳ ଫସଲ ବିକ୍ରି ଚିନ୍ତା । ଏଭଳି ସ୍ଥିତି ଯୋଗୁଁ ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ କମି କମି ଯାଉଛି ।