• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ । ସେଥିପାଇଁ ତ ସେ ଚାକିରି ଛାଡ଼ି ମଧ୍ୟ ସମାଜରେ ସୃଷ୍ଟି କରିଛନ୍ତି ନିଆରା ପରିଚୟ । ଆତ୍ମନର୍ଭରଶୀଳ ହୋଇଛନ୍ତି ଏବଂ ନିଜ ପ୍ରତିଭାର ବିକାଶ ବି କରିଛନ୍ତି । ଇଂଜିନିୟରରୁ ଚିତ୍ରଶିଳ୍ପୀ ହୋଇଥିବା ଏଭଳି ପ୍ରତିଭାଶାଳୀ କଳାକାରଙ୍କ କାହାଣୀ ବି ନିଆରା।

ଅଧିକ ପଢ଼ନ୍ତୁ: ଅଜବ ପ୍ରତିଭା, ଯାହା ଦେଖୁଛନ୍ତି ତାହା ଆଙ୍କୁଛନ୍ତି

କାନ୍‌ଭାସ୍‌ରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଳାକୃତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ, ଗଣେଶ ଓ ନାନା ଡିଜାଇନ୍‌ର ସିନେରୀ ପର୍ଯ୍ୟନ୍ତ । ହାତରେ ରଙ୍ଗତୁଳି ଧରି ଏସବୁକୁ ଜୀବନ୍ତ ରୂପେ ତୋଳି ଧରିଛନ୍ତି ମୟୂରଭଞ୍ଜ ଉଦଳା ଏନଏସି ମେଣ୍ଢାଖାଇ ଅଞ୍ଚଳର ଇଂଜିନିୟର ନାରାୟଣ ପୃଷ୍ଟି। ଖାଲି ସେତିକି ନୁହେଁ, ନାରାୟଣ କାଠରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରିବା ସହ ସୁନ୍ଦର ଭାବେ ସାଜସଜା ବି କରୁଛନ୍ତି । ପଟ୍ଟଚିତ୍ର ହେଉ କି ମୂର୍ତ୍ତି ନିର୍ମାଣ ଏସବୁଥିରେ ସେ ପାରଙ୍ଗମ ।

ପେଶାରେ ଏକଦା ଇଂଜିନିୟର ଥିଲେ ନାରାୟଣ । ୨୦୦୨ରେ ବିଟେକ୍ ଓ ୨୦୧୦ରେ ଏମଟେକ୍ ପରେ ଘରୋଇ ଇଂଜିନିୟରିଂ କଲେଜରେ ଅଧ୍ୟାପକ ଭାବରେ ୮ ବର୍ଷ ଧରି କାମ କରିଥିଲେ । ମାତ୍ର ନିଜ ବାପା ମାଆଙ୍କ ଦେଖାଶୁଣା ଲାଗି ବାଧ୍ୟ ହୋଇ ଛାଡ଼ିଥିଲେ ଚାକିରି । ଆଉ ଏ ସମୟରେ ସେ ଘରେ ରହିବା ସହ ଚିତ୍ରକଳା ପ୍ରତି ନିଜର ମନୋବୃତ୍ତିକୁ ଆଗକୁ ବଢ଼ାଇଥିଲେ ।

ପିଲାଟି ବେଳୁ ଜଗନ୍ନାଥଙ୍କ ଚେତନା ମନରେ ଥିବାରୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ିବା ଉପରେ ଧ୍ୟାନ ଦେଇଛନ୍ତି ନାରାୟଣ । ନିଜର ଚିତ୍ରକଳାର ପ୍ରଚାର ପ୍ରସାର ସହ ଆଗକୁ ଯୁବପିଢ଼ିଙ୍କୁ ଚିତ୍ର ଶିଖାଇବା ଲାଗି ସେ ଆଶା ରଖିଛନ୍ତି ।

(ରିପୋର୍ଟ- ଉଦଳାରୁ ମାନସ ପାଣି)