/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686979169.jpg)
Elephant In Nayagarh Town
ସହର ଭିତରେ ବୁଲିଲା ହାତୀ । ସାଧାରଣ ଲୋକଙ୍କ ଯାଆସ ରାସ୍ତାରେ ଏଣେ ତେଣେ ବିନ୍ଦାସ ହୋଇ ବୁଲୁଥିଲା ହାତୀ । ଲୋକେ ଦେଖି ଛାନିଆ । ଘଉଡ଼ାଇଲେ ବି ଯାଗା ଛାଡ଼ି ଜଙ୍ଗଲକୁ ଫେରିବାକୁ ନାରାଜ ଥିଲା ଦନ୍ତା ।
ନୟାଗଡ଼ ସହର ଉପକଣ୍ଠରେ ହାତୀ ଆତଙ୍କ l ନୟାଗଡ଼ ରୁକ୍ଷୀ ପାହାଡ଼ ଅଞ୍ଚଳରେ ହଠାତ ହାତୀ ଦେଖି ଲୋକେ ଭୟଭୀତ । ଗତକାଲି ସକାଳୁ ସ୍ଥାନୀୟ ଶୁଳିଆ ଜଙ୍ଗଲରୁ ଏକ ଦନ୍ତା ହାତୀ ନୟାଗଡ଼ ରୁକ୍ଷୀ ପାହାଡ଼ ନିକଟସ୍ଥ ମୁକ୍ତାପୁର ଅଞ୍ଚଳରେ ବୁଲାବୁଲି କରିଥିଲା । ଦିନ ସାରା ବୁଲାବୁଲି କରିବା ପରେ ଚିନ୍ତାରେ ପଡିଥିଲା ବନ ବିଭାଗ । ବହୁ କଷ୍ଟରେ ଶେଷରେ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଛି ବନ ବିଭାଗ । ପ୍ରାୟ ୧୨ ଘଣ୍ଟା ଧରି ନୟାଗଡ଼ ନିକଟସ୍ଥ ଅଞ୍ଚଳରେ ବୁଲାବୁଲି କରିଥିଲା ହାତୀ l ସେ କାହାର କିଛି କ୍ଷତି କରିନାହିଁ । ଶେଷରେ ନୟାଗଡ଼ ସହରକୁ ଲାଗି ଥିବା ରୁକ୍ଷୀ ପାହାଡ଼କୁ ଚାଲିଯାଇଥିଲା । ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।
ଏହି ଅଞ୍ଚଳରେ ହଠାତ ହାତୀ ଦେଖି ଲୋକେ ଆତଙ୍କିତ ହୋଇଥିଲେ । ହାତୀ ଘଉଡ଼ାଇବା ପାଇଁ ହାତୀର ପାଦ ଚିହ୍ନକୁ ଦେଖି ବନ ବିଭାଗର ଟିମ ଖୋଜୁଥିଲା । ବନ ବିଭାଗର ଏକ ଟିମ ହାତୀ ଉପରେ ନଜର ରଖିଥିଲା l ନୟାଗଡ଼ ସହରବାସୀଙ୍କ ପାଇଁ ଏଭଳି ଘଟଣା ପ୍ରଥମ ଥିଲା । ପ୍ରଥମ ଥର ପାଇଁ ସହର ଭିତରେ ହାତୀ ଦେଖି ଲୋକେ ଭୟଭୀତ ହୋଇଥିଲେl
ନୟାଗଡ଼ ସହର ଉପକଣ୍ଠରେ ହାତୀ ଆତଙ୍କ l ନୟାଗଡ଼ ରୁକ୍ଷୀ ପାହାଡ଼ ଅଞ୍ଚଳରେ ହଠାତ ହାତୀ ଦେଖି ଲୋକେ ଭୟଭୀତ । ଗତକାଲି ସକାଳୁ ସ୍ଥାନୀୟ ଶୁଳିଆ ଜଙ୍ଗଲରୁ ଏକ ଦନ୍ତା ହାତୀ ନୟାଗଡ଼ ରୁକ୍ଷୀ ପାହାଡ଼ ନିକଟସ୍ଥ ମୁକ୍ତାପୁର ଅଞ୍ଚଳରେ ବୁଲାବୁଲି କରିଥିଲା । #Elephant#Nayagarhpic.twitter.com/WpTZHxzSUI
— ଓଟିଭି (@otvkhabar) June 17, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)