Advertisment

‘ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନି’: ପ୍ରଶାନ୍ତ ମେଣ୍ଡୁଲି

ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ ବୋଲି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bus Strike

Bus Strike

ବଳବତ୍ତର ରହିବ ଡ୍ରାଇଭର ସଂଘର ଆନ୍ଦୋଳନ। ଆନ୍ଦୋଳନ ସ୍ଥଗିତ ହୋଇନାହିଁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସରକାରଙ୍କ ସହ କିଛି ଆଲୋଚନା ହୋଇଛି, ଆଉ କିଛି ବାକି ଅଛି। ଆମର ୧୦ ଦଫା ଦାବି ଥିଲା, ସରକାର ସେଥିରୁ ଗୋଟିଏ ମାନିଥିଲେ। ଗୋଟିଏ ମାନି ଘୋଷଣା କଲେ, କିନ୍ତୁ କିଛି କାର୍ଯ୍ୟକାରୀ କଲେନି। ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ ବୋଲି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।

Advertisment

ସେପଟେ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ପୂର୍ବରୁ କହିଥିଲେ ପରିବହନ କମିଶନର ଅମିତାଭ ଠାକୁର। ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏଭଳି ସୂଚନା ଦେଇଥିଲେ । ଡ୍ରାଇଭରମାନଙ୍କ ଦାବି ସରକାର ପୂରଣ କରିଥିବାରୁ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା କହିଥିଲେ ପରିବହନ କମିଶନର।

Driver Protest Odisha
Advertisment
Advertisment