/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705115828.jpg)
Suryavanshi Suraj
ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ। ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡିବ ଟ୍ରେନ। ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନ ଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି।
କିଛି ଦିନ ପୂର୍ବରୁ ଦଶପଲ୍ଲାକୁ ମଧ୍ୟ ଟ୍ରେନ୍ ଗଡ଼ିଛି । ତାହା ମଧ୍ୟ ସେଠାକାର ଲୋକଙ୍କ ପାଇଁ ବଡ଼ ସ୍ୱପ୍ନ ଥିଲା । ଦଶପଲ୍ଲା ଦେଖିଲା ଟ୍ରେନ୍ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଥିଲା ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଥିଲେ ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଥିଲେ ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଥିଲେ।
ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ.. ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ.. #Nilagiri#Balasore#Train#indianrailways#OTVpic.twitter.com/idbZLBjBl9
— ଓଟିଭି (@otvkhabar) January 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)