• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି କନ୍ୟାଦାନ ମହାପୂଣ୍ୟ । ହିନ୍ଦୁଧର୍ମରେ କନ୍ୟାଦାନର ବିଶେଷ ମହତ୍ତ୍ୱ ରହିଛି । ହେଲେ ଜଣେ ଯୁବତୀ ନିଜ ବିବାହ ଉତ୍ସବରେ କନ୍ୟାଦାନ ପରମ୍ପରାକୁ ଅସ୍ୱୀକାର କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଆଉ ଝିଅର କଥା ମଧ୍ୟ ରଖିଛନ୍ତି ବାପାମା’ । ବିନା କନ୍ୟାଦାନରେ ହିଁ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି । ଆଉ କନ୍ୟାଙ୍କ ଏହି ନିଷ୍ପତ୍ତିରେ ବର ବି ମାନି ନେଇଛନ୍ତି । ଏପରି ନିଆରା ବିବାହ ସମ୍ପର୍କରେ ନିଜେ ଯୁବତୀ ଜଣକ ଏକ ପୋଷ୍ଟ୍‌ କରିଛନ୍ତି । ଆଉ ତାଙ୍କର ଏପରି ପଦକ୍ଷେପ ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି ୟୁଜର ।

ଯୁବତୀ ଜଣକ ନିଜ ପୋଷ୍ଟରେ ବଖାଣିଛନ୍ତି, ବିବାହ ସମୟରେ ସେ କିପରି ସଫା ସଫା କନ୍ୟାଦାନ ପରମ୍ପରାକୁ ମନା କରିଦେଇଛନ୍ତି । ଭାରତୀୟ ପରମ୍ପରାରେ ବିବାହ ସମୟରେ କନ୍ୟା ପିତା ଝିଅର ହାତକୁ ବର ହାତକୁ ଟେକି ଦେଇଥାଆନ୍ତି । ଆଉ ନିଜ ଝିଅକୁ ସ୍ତ୍ରୀ ରୂପେ ସ୍ୱୀକାର କିରବା ପାଇଁ ଅନୁରୋଧ କରନ୍ତି । ଉଭୟ ପକ୍ଷଙ୍କ ଅନୁମତି କ୍ରମେ ଶହ ଶହ ଲୋକଙ୍କ ଉପସ୍ଥିତିରେ କନ୍ୟାଦାନ କରାଯାଇଥାଏ । ହେଲେ @keepitrustic ମାଇକ୍ରୋବ୍ଲଗିଂ ସାଇଟରୁ ସେୟାର ହୋଇଥିବା ପୋଷ୍ଟରେ ଲେଖାଯାଇଛି, ମୋ ବିବାହରେ କନ୍ୟାଦାନ କରାଯାଇ ନାହିଁ । ଗୋଟିଏ କୂଳରୁ ଆଉ ଗୋଟିଏ କୂଳକୁ ଯିବାପାଇଁ ଏପରି ପରମ୍ପରାର କୌଣସି ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ:‘ମୁଁ ଦାନର ସାମଗ୍ରୀ ନୁହଁ, ମୁଁ ତୁମ ଝିଅ ବାପା ’! ବିବାହରେ କନ୍ୟାଦାନ ପ୍ରଥାକୁ ମାନିବାକୁ ମନାକଲେ ମହିଳା IAS

ହେଲେ ବିବାହ କରାଉଥିବା ପୁରୋହିତ ଏହି ନିଷ୍ପତ୍ତିର ବିରୋଧ କରିଥିଲେ । କିନ୍ତୁ ସ୍ୱାମୀ ମଧ୍ୟ ଏଥିରେ ସମର୍ଥନ କରିବା ପରେ ବିନା କନ୍ୟାଦାନରେ ଖୁବ୍‌ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ସମାଜରେ ସମାନତା ଆଣିବା ପାଇଁ ଏପରି ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି ।

ଅନ୍ୟପଟେ ତାଙ୍କର ଏହି କାମକୁ ସୋସିଆଲ ମିଡିଆ ୟୁଜର୍‌ ଖୁବ୍‌ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ତୁମକୁ ଅନେକ ଅନେକ ଧନ୍ୟବାଦ । ଆଉ ତୁମର ସ୍ୱାମୀ ଓ ବାପାମା’ ଏହାକୁ ସମର୍ଥନ କରିଥିବାରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ।