• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟକା । ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ । ପତ୍ନୀ ବର୍ଷା ମଧ୍ୟ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ । ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ ଖାରଜ। ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।

ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ ଅନୁଭବ । ପିତାମାତା ସବୁବେଳେ ପିଲାଙ୍କର ଭଲ ଚାହାନ୍ତି । ଆଉ ଆମେ ଜାଣିଛେ କିଏ ଠିକ୍ ଏବଂ କିଏ ଭୁଲ୍ । କାଳ ବିଳମ୍ବ ନକରି ତୁରନ୍ତ ବର୍ଷା ତାଙ୍କ ଜୀବନରୁ ଓହରି ଯାଆନ୍ତୁ ବୋଲି ଅନୁଭବ ପୋଷ୍ଟ କରିଥିଲେ ।

ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅନେକ ଦିନ ହେଲା ବିବାଦ ଲାଗି ରହିଛି ।