• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ଏହି ଅଦଳବଦଳ କରାଇଛନ୍ତି । ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସି ଡିଆଇଜି ଭାବେ ନିଯୁକ୍ତି କରାଯାଇଛି ।

ଅନ୍ୟପଟେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେଡକ୍ୱାର୍ଟର ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ଼ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ମିହିର କୁମାର ପଣ୍ଡାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି ।