Advertisment

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର । ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ପୁରସ୍କାର ପାଇବେ ଭୀମ ପୃଷ୍ଟି...

author-image
Kausik Mohapatra
Bhima Prusty

Bhima Prusty

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇବେ। ଏ ନେଇ Indian Metals & Ferro Alloys Limited (IMFA) ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ପକ୍ଷରୁ ତାଙ୍କ ନାମକୁ ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ନଗଦ ୫ ଲକ୍ଷ ଟଙ୍କା, ସମ୍ମାନ ପତ୍ର ଓ ଫଳକ ପ୍ରଦାନ କରାଯିବ। ଆସନ୍ତା ୨୬ ତାରିଖରେ ଆୟୋଜନ ହେବାକୁ ଏକ ସ୍ୱତନ୍ତ୍ର ଉତ୍ସବରେ ଭୀମ ପୃଷ୍ଟିଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ।

Advertisment

ସେହିଭଳି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ୨୦୨୩ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ପଟ୍ଟଚିତ୍ରର ଅଦ୍ୱିତୀୟ ଗୁରୁ ବେଣୁଧର ମହାପାତ୍ର, ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କ ନାଁ ଘୋଷଣା ହୋଇଛି।

ପ୍ରକାଶ ଥାଉ କି ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Advertisment
Sarala Puraskar IMFA
Advertisment
Advertisment