Bharat Jodo Vivah: ଭାରତ ଯୋଡ଼ ବିବାହକୁ ନେଇ ଏମିତି କହିଲେ ସୋସିଆଲ ମିଡ଼ିଆ ୟୁଜର

ଅଭିଳାଷା କୋଟଓ୍ବାଲ ଓ ବିନାଲ ୱିଲିୟମଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଥିବା ଏକତାର ବାର୍ତ୍ତା ପାଇଁ ଏହାକୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ 'ଭାରତ ଯୋଡ ଯାତ୍ରା' ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବିବାହକୁ ଏମିତି ନାମକରଣ କରିଛନ୍ତି ।

ଭାରତ ଯୋଡ଼ ବିବାହ କାର୍ଡ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଜବ ଗଜବ ନିମନ୍ତ୍ରଣ ପତ୍ର । ଭାରତରେ ବିବାହରେ ହେଉଥିବା ଖର୍ଚ୍ଚ କାରଣରୁ ଅନେକ ସମୟରେ ବିବାହ ଗୁଡିକ ଚର୍ଚ୍ଚାର ପରିସରକୁ ଆସିଥାଏ । କିନ୍ତୁ ଏହି ବିବାହ ସ୍ୱତନ୍ତ୍ର ନାମ ଏବଂ ନିମନ୍ତ୍ରଣ କାର୍ଡରେ ଥିବା ଥିମ୍ ପାଇଁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହର ନାମ 'ଭାରତ ଯୋଡ ବିବାହ' ରଖାଯାଇଛି ।

ଅଭିଳାଷା କୋଟଓ୍ବାଲ ଓ ବିନାଲ ୱିଲିୟମଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଥିବା ଏକତାର ବାର୍ତ୍ତା ପାଇଁ ଏହାକୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ  'ଭାରତ ଯୋଡ ଯାତ୍ରା' ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବିବାହକୁ ଏମିତି ନାମକରଣ କରିଛନ୍ତି । ନିଜର ବିବାହ ନିମନ୍ତ୍ରଣ କାର୍ଡ ସେୟାର କରି ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅଭିଳାଷା ଲେଖିଛନ୍ତି 'ଆମ ପ୍ରେମ କାହାଣୀ ଆପଣ ଯେଉଁ ମୂଲ୍ୟବୋଧ ପାଇଁ ଠିଆ ହୋଇଛନ୍ତି ତାହାର ପ୍ରତୀକ’ । ଆପଣଙ୍କ ଆଶୀର୍ବାଦ ପାଇ ମୁଁ ସମ୍ମାନିତ ଅନୁଭବ କରିବି ।'

ନିମନ୍ତ୍ରଣ ପତ୍ରରେ ଅଭିଳାଷାଙୋକୁ ଜାମ୍ମୁ ଓ ପଶ୍ଚିମବଙ୍ଗର ସୁକନ୍ୟା ବୋଲି ଦର୍ଶାଯାଇଛି । ଅପରପକ୍ଷେ ଭିନଲ୍ ୱିଲିୟମଙ୍କୁ ପଞ୍ଜାବ ଓ କେରଳର ସୁପୁତ୍ର ବୋଲି ଦର୍ଶାଯାଇଛି । ଉତ୍ସବକୁ ସ୍ବତନ୍ତ୍ର ଭାବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଡରେ ଦେଶର ଏକତା, ନ୍ୟାୟ ଓ ସଂହତି ପ୍ରତି ଗାନ୍ଧୀ ପରିବାରର ରହିଥିବା ଅଙ୍ଗୀକାର ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି ।

କୋଟୱାଲ ଗାନ୍ଧୀ ବାସଭବନ ଯାଇ ରାହୁଲଙ୍କୁ ଭେଟି ପାରିନାହାନ୍ତି । ସେ ନିଜ ନିମନ୍ତ୍ରଣ କାର୍ଡକୁ ରାହୁଲଙ୍କ ଉଦ୍ଦେଶ୍ୟରେ ସିକ୍ୟୁରିଟି ଗାର୍ଡଙ୍କୁ ଦେଇଛନ୍ତି । ଏଥିରେ ବିବାହ କାର୍ଡ, ଚକୋଲେଟ୍ ଏବଂ ଭାରତୀୟ ସମ୍ବିଧାନ ରହିଥିବା ଦେଖିବାକୁ ମିଳିଛି । ଏହାପରେ ଏହି ନିମନ୍ତ୍ରଣ ପତ୍ରକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଚିଠି ମାଧ୍ୟମରେ ବିବାହ କରୁଥିବା ବର କନ୍ୟାଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି ।

ରାହୁଲଙ୍କ ଚିଠି ପରେ ସେ ଏହି ଯୁବତୀଙ୍କ ବିବାହରେ ଉପସ୍ଥିତ ରହିବେ ନାହିଁ ବୋଲି ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଯାଇଛି । ତେବେ ଏହାପରେ ଅଭିଳାଷା ରାହୁଲଙ୍କୁ ଧନ୍ୟବାଦ ଜଣାଇବା ସହ ଆଶା କରିଛନ୍ତି ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତାଙ୍କୁ ଆଶୀର୍ବାଦ କରିବେ । ସୂଚନା ଯୋଗ୍ୟ ଅଭିଳାଷାଙ୍କ ମାଆ ପ୍ରିୟଙ୍କା ଗାନ୍ଧୀଙ୍କ ବିବାହ ବେଳେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ । ଏହି ନିମନ୍ତ୍ରଣକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି । ଏଥିରେ କିଛି ରାଜନୈତିକ ଜୋକସ ମଧ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ମତେ ଜ୍ବର ହୋଇଥିଲା ରୁମ୍‌ରୁ ତଢିଦେଲ, ଏବେ ଡାକୁଛ କାହିଁକି?