• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତରେ ଅଧାରୁ ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରନ୍ତି । କିନ୍ତୁ ଅନେକ ଥର ରେଳ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଗଲେ ପ୍ଲାଟଫର୍ମରେ ଅଧିକ ସମୟ ବିତାଇବାକୁ ପଡେ । ଏଭଳି ସ୍ଥିତିରେ ଆପଣ ଦେଶର କିଛି ନିର୍ଦ୍ଧାରିତ ରେଳ ଷ୍ଟେସନରେ ନିର୍ମିତ ରେଳ ଲାଉଞ୍ଜ(Railway Lounge)ରେ ଇଣ୍ଟରନେଟ୍, ଖାଦ୍ୟ ଏବଂ ପାନୀୟ ସହିତ ଖୁସିରେ ସମୟ ବିତାଇ ପାରିବେ ।

ଅନେକ ହୁଏତ ଜାଣିନଥିବେ, ଆପଣ ମାଗଣାରେ ରେଳ ଲାଉଞ୍ଜ(Railway Lounge Access)ର ସୁବିଧା ପାଇପାରିବେ । ବର୍ତ୍ତମାନ କ୍ରେଡିଟ କାର୍ଡ ମାଧ୍ୟମରେ ରେଳ ଲାଉଞ୍ଜର ସୁବିଧା ଉପଲବ୍ଧ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ କ୍ରେଡିଟ କାର୍ଡ ହିଁ କାମରେ ଆସେ । ଯଦି ଆପଣ ବାରମ୍ବାର ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ପୂର୍ବରୁ ରେଳ ଲାଉଞ୍ଜରେ ଆରାମ କରିପାରିବେ ।

ଅଧିକ ପଢ଼ନ୍ତୁ: ରେଳରେ ମିଳିବ ଭୂରି ଭୋଜନ, ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ...ଜାଣନ୍ତୁ ନମ୍ବର

ରେଳ ଲାଉଞ୍ଜରେ ଉପଲବ୍ଧ ହେଉଥିବା ସୁବିଧା –

  • ଆଗମନ ସମୟ ଆଧାରରେ ଜଳଖିଆ,ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ
  • ରେଳ ଲାଉଞ୍ଜରେ ୨ ଘଣ୍ଟା ଆରାମ କରିବା ସୁବିଧା |
  • ମାଗଣା ୱାଇ-ଫାଇ
  • ଶୀତତାପ ନିୟନ୍ତ୍ରିତ ସିଟିଂ
  • ପତ୍ରିକା ଏବଂ ଖବରକାଗଜ
  • କଫି ଏବଂ ଚା (ଅସୀମିତ)
  • କେଉଁ କ୍ରେଡିଟ୍ କାର୍ଡ ଥିଲେ, ରେଳ ଲାଉଞ୍ଜ ସୁବିଧା ପାଇପାରିବେ ?

ବଜାରରେ ଅନେକ କ୍ରେଡିଟ୍ କାର୍ଡ ଅଛି ଯାହା ଏହି ପ୍ରକାର ସୁବିଧା ପ୍ରଦାନ କରିଥାଏ । ରେଳ ଲାଉଞ୍ଜ ଅପରେଟର ଦ୍ୱାରା non-refundable card validation charge ସ୍ୱରୂପ ୨ ଟଙ୍କାର ଟ୍ରାନଜାକ୍ସନ୍‌ କରାଯିବ । ମାଗଣା ରେଳ ଲାଉଞ୍ଜ ସୁବିଧା ପ୍ରଦାନ କରୁଥିବା ସର୍ବୋତ୍ତମ କ୍ରେଡିଟ କାର୍ଡ ଗୁଡ଼ିକର ତାଲିକା ଦେଖନ୍ତୁ . .

  • IDFC First Bank Millennia/Classic/Select/Wealth Credit Cards
  • ICICI Bank Coral Credit Card
  • IRCTC SBI Platinum Card
  • IRCTC SBI Card Premier
  • IRCTC BoB Rupay Credit Card
  • HDFC Bank Rupay IRCTC Credit Card
  • MakeMyTrip ICICI Bank Platinum Credit Card
  • MakeMyTrip ICICI Bank Signature Credit Card
  • ICICI Bank Rubyx Credit Card