• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆଉ ଟ୍ରେନ୍‌ରେ ରହିବନି ଖାଦ୍ୟଚିନ୍ତା । ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସିର ଖବର ନେଇ ଆସିଛି ଭାରତୀୟ ରେଳବାଇ । ଏଣିକି ଯାତ୍ରୀମାନେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଟ୍ରେନ୍‌ରେ ଖାଦ୍ୟ ଅର୍ଡର କରିପାରିବେ । ଖାଦ୍ୟ ଅର୍ଡର କରିବାକୁ ରେଳବାଇ ପକ୍ଷରୁ ଏକ ହ୍ୱାଟ୍ସଆପ୍‌ ନମ୍ବର ଜାରି କରାଯାଇଛି । 


ଏହି ନମ୍ବର ଜରିଆରେ ଯାତ୍ରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ । ତେବେ ନିକଟରେ ଥିବା ଲୋକାଲ୍ ରେଷ୍ଟୁରାଣ୍ଟରୁ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏହି ଟ୍ରେନ୍‌ରେ କରିବେ ମାଗଣା ଯାତ୍ରା


ଯାତ୍ରୀ ମାନେ ଖାଦ୍ୟ ଅର୍ଡର କରିବାକୁ ହେଲେ ୮୭୫୦୦୦୧୩୨୩କୁ ମେସେଜ କରିପାରିବେ । ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ୨ଟି ପର୍ଯ୍ୟାୟ ଦେଇ ଯିବାକୁ ହେବ । ପ୍ରଥମେ ପର୍ଯ୍ୟାୟଟି ଆପଣ ଇ-ଟିକେଟ୍‌ ବୁକିଂ କରି ଲିଂକ୍‌କୁ http://www.ecatering.irctc.co.in କ୍ଲିକ୍‌ କରି କ୍ୟାଟେରିଂ ସେବା ପାଇପାରିବେ । 


ଅନ୍ୟଟି ବିକଳ୍ପ ସହିତ ହ୍ୱାଟ୍ସଆପ୍‌ ମାଧ୍ୟମରେ ଖାଦ୍ୟ ପାଇଁ ବାର୍ତ୍ତା ପଠାଇପାରିବେ । ଏଥିପାଇଁ ଗ୍ରହକ ମାନଙ୍କୁ କୌଣସି ମେସେଜିଂ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବନାହିଁ ।  ପରବର୍ତ୍ତୀ ସମୟରେ ହ୍ୱାଟ୍ସଆପ୍ ମାଧ୍ୟମରେ ଦ୍ୱିପାକ୍ଷିକ ଯୋଗାଯୋଗ ହେବ । 


ଗ୍ରାହକଙ୍କ ମତାମତକୁ ଆଧାର କରି ଆଇଆରସିଟିସି ଏହି ସେବାକୁ ତ୍ୱରାନ୍ୱିତ କରିବ । ଯାହାଦ୍ୱାରା ଆପଣ ମନପସନ୍ଦର ଖାଦ୍ୟ ପାଇପାରିବେ । 
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏପରି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ରେଳରେ ଯାତ୍ରା କରିବା ସମୟରେ ଏଣିକି ଯାତ୍ରୀ ମାନେ ଭଲ ଖାଦ୍ୟର ସୁବିଧା ପାଇପାରିବେ । ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଅନେକ ସୁବିଧା ମଧ୍ୟ କରାଯାଉଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଭାରତୀୟ ରେଳବାଇ ।