Advertisment

Break UP Job Oppertunity: ବେଙ୍ଗାଲୁରୁରେ ଅଜବ ଚାକିରି, ବ୍ରେକ ଅପ ହେଇଥିଲେ କରିବେ ଆପ୍ଲାଇ

ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି ସୁଯୋଗ ବାହାରିଛି। ତେବେ ଏହି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଜଣଙ୍କର ଅନ୍ୟୁନ ଥରେ ବ୍ରକ ଅପ ହୋଇଥିବା ଆବଶ୍ୟକ। ବେଙ୍ଗାଲୁରୁର କମ୍ପାନୀ ଟପ ମେଟ ନିଜ ପାଇଁ ଜଣେ କର୍ମଚାରୀ ଖୋଜୁଛି।

ଅଦ୍ୟତନ ହୋଇଛି
break up

break up

Advertisment

ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି ସୁଯୋଗ ବାହାରିଛି। ତେବେ ଏହି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଜଣଙ୍କର ଅନ୍ୟୁନ ଥରେ ବ୍ରକ ଅପ ହୋଇଥିବା ଆବଶ୍ୟକ। ବେଙ୍ଗାଲୁରୁର କମ୍ପାନୀ ଟପ ମେଟ ନିଜ ପାଇଁ ଜଣେ କର୍ମଚାରୀ ଖୋଜୁଛି। ଚିଫ ଡେଟିଂ ଅଫିସର ପୋଜିସନ ପାଇଁ କମ୍ପାନୀ ଜଣେ ବ୍ୟକ୍ତିଙ୍କ ସନ୍ଧାନରେ ରହିଛି। ଯେଉଁ ବ୍ୟକ୍ତୀ ଅନଲାଇନ ଡେଟିଂ, ବ୍ରେକ ଅପ ଓ ପ୍ରେମର ଦୁନିଆ ବିଷୟକୁ ଜାଣି ସାରିଥିବେ ତାଙ୍କୁ ଏହି ଚାକିରି ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି।

Advertisment

ଟପ ମେଟର ମାର୍କେଟିଙ୍ଗ ମୁଖ୍ୟ ନିମିଶା ଚନ୍ଦା ଏହି ପୋଷ୍ଟଟି କରିଥିଲେ। ଯଦି ଆପଣ ଡେଟିଂର ପାଟର୍ନ ଜାଣିଛନ୍ତି ଓ ଆପଣଙ୍କ ବନ୍ଧୁ ମାନେ ଆପଣଙ୍କ ଠାରୁ ଡେଟିଂ ପାଇଁ ଟିପ୍ସ ନିଅନ୍ତି ତେବେ ଆପଣ ଏହି ଚାକିରି ପାଇଁ ଯୋଗ୍ୟ। ତେବେ ଏସବୁ ସହିତ ଜଣଙ୍କର ବ୍ରେକଅପ ହୋଇଥିବା ଦରକାର। ସେହିପରି ବ୍ରେଡକ୍ରମ୍ବିଙ୍ଗ ଓ ଘୋଷ୍ଟିଙ୍ଗ ପରି ଶବ୍ଦ ସହିତ ପରିଚିତ ଥିବା ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ। ଗୋଟିଏ ବ୍ରେକ ଅପ ସହିତ ଦୁଇଟି ସିଚୁଏସନ ଓ ୩ଟି ଡେଟରେ ଯାଇଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ।

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

Advertisment

ଏହି ପୋଷ୍ଟଟି ତୁରନ୍ତ ଭାଇରାଲ ହୋଇ ଯାଇଥିଲା। ଏହାକୁ ନେଇ ସମସ୍ତେ ମଜାଦାର କମେଣ୍ଟ ମଧ୍ୟ ଦେଇଥିଲେ। ଜଣେ ୟୁଜର କମେଣ୍ଟ କରିଥିଲେ ମୁଁ କ୍ଲାସରେ ଶେଷରେ ବସିବା ସହ ଫ୍ଲେମ୍ସ ଖେଳୁଥିଲି। ମୁଁ ଏହି ଚାକିରି ପାଇଁ ଯୋଗ୍ୟ କି?

ଅନ୍ୟ ଜଣ ୟୁଜର ଲେଖିଥିଲେ ମୁଁ ଆଶା କରୁଛି ମତେ ଆପ୍ଲାଇ କରିବାର ସୁଯୋଗ ମିଳିବ। ଏହା ଏକ ମଜାଦାର ଜିନିଷ।

Advertisment

ଅନ୍ୟ ଜଣେ ଲେଖିଥିଲେ ମିଲେନିଆଲ୍ସ ମାନଙ୍କ ନିକଟରେ ସିଚୁଏସନଶିପ ବିଷୟରେ କୌଣସି ଆଇଡିଆ ନ ଥାଏ ତେଣୁ କେବଳ ଜେନ ଜି ମାନେ ଏହି ପଦ ପାଇଁ ଆବେଦନ କରିବା ଆବଶ୍ୟକ।

ଅନ୍ୟ ଜଣେ ଲେଖିଥିଲେ ମୋ ନିକଟରେ କୌଣସି ଅଭିଜ୍ଞତା ନାହିଁ। ମୁଁ ଡେଟ କରି ନଥିବା ବେଳେ ମୋର କେହି ଏକ୍ସ ମଧ୍ୟ ନାହାନ୍ତି। ଏପରିକି କୌଣସି ଡେଟିଂ ଆପରେ ମଧ୍ୟ ମୋର ପ୍ରୋଫାଇଲ ମଧ୍ୟ ନାହିଁ। ତେଣୁ ମତେ ସୁଯୋଗ ମିଳିବା ଉଚିତ ବୋଲି କମେଣ୍ଟ କରିଥିଲେ ଏହି ବ୍ୟକ୍ତି।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Dating App In India Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ