• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍‌ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।

ଏ ସମ୍ପର୍କରେ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇ ଅବଗତ କରାଯାଇଛି। ସମାନ ନିୟମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ବି ଲାଗୁ ହେବ ।

ଶ୍ରୀମନ୍ଦିର ପରିସର ହେଉ କି ମହାପ୍ରଭୁଙ୍କ ସେବା ପୂଜା, ସବୁଠି ତାମ୍ବୁଳ ବା ପାନ ସେବନକୁ ଅପରାଧ ଭାବେ ବିବେଚନା କରାଯାଇଛି । ଯାହାର ପ୍ରମାଣ ନିଳାଦ୍ରୀ ମହୋଦୟ ଗ୍ରନ୍ଥରୁ ମିଳେ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ଏ କୀୟଦଂଶର ଭାବାର୍ଥ ହେଲା-ଶ୍ରୀମନ୍ଦିର ରୋଷଶାଳାରେ ପାକଦ୍ରବ୍ୟ ମାନଙ୍କରେ କଦାପି ତାମ୍ବୁଳ ନିକ୍ଷେପ କରିବ ନାହିଁ କି ସେଠି ପାନ ନାଁ ଆଦୌ ଧରିବ ନାହିଁ ।

ସେମିତି ବରାହ ପୁରାଣରେ ବି ଶ୍ରୀମନ୍ଦିରରେ ତାମ୍ବୁଳ ଭକ୍ଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏମିତିକି ମହାପ୍ରଭୁଙ୍କ ସମ୍ମୁଖରେ ଯିଏ ତାମ୍ବୁଳ ସେବନ କରେ ସେ ମହାମୁର୍ଖ ଓ ଯିଏ ମନ୍ଦିରରେ ଛେପ ପକାଏ ସେ ଅପରାଧୀ ବୋଲି ଏ ଗ୍ରନ୍ଥରେ ଦର୍ଶାଯାଇଛି । ତେଣୁ ପାନ-ଗୁଟଖା ବାରଣ ଏକ ଉତ୍ତମ ପଦକ୍ଷେପ ବୋଲି ଦର୍ଶାଇଛନ୍ତି ଶ୍ରୀମନ୍ଦିର ପୁରୋହିତ ।

ଶ୍ରୀମନ୍ଦିରରେ ପାନ-ଗୁଟ୍‌ଖା ନିଷେଧ ନିୟମ ବହୁ ଆଗରୁ ଅଛି । ଏମିତିକି ଧରାପଡ଼ିଲେ ଏଥିପାଇଁ ୫ଶହ ଟଙ୍କା ଜୋରିମାନା ବ୍ୟବସ୍ଥା ବି ରହିଛି । ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କୁ ଯାଞ୍ଚବେଳେ ପାନ, ଗୁଟ୍‌ଖା, ବିଡ଼ି ଓ ସିଗାରେଟ୍ ଭଳି ମାଦକଦ୍ରବ୍ୟ କାଢ଼ି ରଖାଯାଉଥିବା ବେଳେ ସେବାୟତଙ୍କ କ୍ଷେତ୍ରରେ କିନ୍ତୁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିଲା। ହେଲେ ଏବେ ନିୟମ ସମସ୍ତଙ୍କ ପାଇଁ କଡ଼ା ହେବାକୁ ଯାଉଥିବାରୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ଏହାବାଦ୍ ଭକ୍ତମାନେ ପଲିଥିନ୍ ଜରିରେ ଫୁଲ, ଭୋଗ କିମ୍ବା ବାହାର ଖାଦ୍ୟ ମଧ୍ୟ ମନ୍ଦିରକୁ ନେବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ ।

 

  • Reported by:
  • PRADEEP MAHANTY , MADHUSUDAN MISHRA