Advertisment

ଏଣିକି ଜିରୋ ଭିଜିବିଲିଟିରେ ହୋଇପାରିବ ବିମାନ ଅବତରଣ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ATC । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ।

author-image
Satyendu Shekher Mishra
ATC in Bhubaneswar Airport

ATC in Bhubaneswar Airport

ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାର ଟ୍ରାଫିକ୍ ମ୍ୟାନେଜମେଣ୍ଟ ଅଟୋମେସନ୍
ସିଷ୍ଟମ୍। ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଥିବା ଏହି ଅତ୍ୟାଧୁନିକ ଏଟିସିକୁ ଉଦଘାଟନ କରିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର।

Advertisment

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ଏହି ଷ୍ଟେଟ୍ ଅଫ୍ ଦି ଆର୍ଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମକୁ ଗତ ଦୁଇ ମାସ ହେଲା ଟେଷ୍ଟିଂ କରାଯାଇଥିଲା । ଆଜିଠାରୁ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟକ୍ଷମ ହୋଇଛି। ଦେଶରେ ପାଇଲଟ ପ୍ରକଳ୍ପ ଭାବେ ଏହି ନୂଆ ଏଟିସି ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯାଇଛି । ଆଗାମୀ ଦିନରେ ଦେଶର ଅନ୍ୟ ବଡ଼ ବିମାନ ବନ୍ଦଗୁଡ଼ିକରେ ସ୍ବଦେଶୀ ଅଟୋମେସନ୍ ଏଟିସି ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯିବ ।

ଭୁବନେଶ୍ୱର ବିମାନବନ୍ଦରରେ ୧୧ ମହଲା ବିଶିଷ୍ଟ ନୂଆ ଏଟିସି ଟାୱାର ରାଜଧାନୀର ଏକ ଆଇକନିକ ବିଲ୍ଡିଂ ପାଲଟିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Advertisment
Bhubaneswar Airport
Advertisment
Advertisment