Advertisment

ପ୍ରଥମେ ଭୁଲ୍ କହିଲେ.. ପରେ ସ୍ୱୀକାର କଲେ, ଏବେ ପୁଣି ପୋଷ୍ଟ ଡିଲିଟ୍ !

ସ୍ଲିପ୍ ଅଫ ଟଙ୍ଗ୍ ବୋଲି କହିବା ସହ ଭୁଲ ସ୍ବୀକାର କରିଥିଲେ । ଭୁଲ୍ ସ୍ୱୀକାର କରିଥିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରୁ ଡିଲିଟ୍ ସୂଚନା ।

author-image
Satyendu Shekher Mishra
Sanhati Pani

Sanhati Pani

କାନ୍ତକବିଙ୍କୁ କଣ୍ଠକବି କହି ପ୍ରଥମେ ଭୁଲ୍ କଲେ, ତା’ପରେ ସମାଲୋଚନା ପରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରି ନିଜ ଭୁଲକୁ ସ୍ବୀକାର କଲେ। କିନ୍ତୁ ସେହି ପୋଷ୍ଟକୁ ଏବେ ପୁଣି ଥରେ ଡିଲିଟ୍ କରିଦେଲେ ଉପସ୍ଥାପିକା ସଂହତି ପାଣି। ଏବେ ଆଉ ସେହି ପୋଷ୍ଟ ଦେଖିବାକୁ ମିଳୁନାହିଁ ସୋସିଆଲ୍ ମିଡ଼ିଆରେ। ତେବେ କାହିଁକି ଏହାକୁ ଡିଲିଟ୍ କଲେ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି।

Advertisment

ଗତ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ ଗାନ’ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ପରେ ଉପସ୍ଥାପିକା ସଂହତି ପାଣି ଏହାକୁ ‘ସ୍ଲିପ୍ ଅଫ୍ ଟଙ୍ଗ୍’ ବୋଲି କହିବା ସହ ଭୁଲ ସ୍ୱୀକାର କରି ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଏବେ ପୁଣି କାହିଁକି ଡିଲିଟ୍ କଲେ ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏନେଇ ସଂହତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ଭୁବନେଶ୍ୱରରେ ଚାଲିଥିବା ଓଡ଼ିଆ ଭାଷା ସମ୍ମିଳନୀ ଆଉ ୩ ଦିନ ବଢ଼ିଲା। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଆଉ ୩ ଦିନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତା’ସହ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ। ଭାଷା ସମ୍ବନ୍ଧରେ ଭଲ ପ୍ରସ୍ତାବ ଗୁଡ଼ିକ ଆସିଛି, ବିଧାନସଭାରେ ସେସବୁକୁ ଘୋଷଣା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment
Advertisment
Advertisment